www.samajalive.in
Saturday, December 13, 2025
14.1 C
Bhubaneswar

ଶାବରୀମାଳା ମନ୍ଦିରରେ ୫୧ ନୁହଁ ୧୭ ମହିଳା ପ୍ରବେଶ କରିଛନ୍ତି

ତିରୁଅନନ୍ତପୁରମ୍‌ : ଶାବରୀମାଳାସ୍ଥିତ ଆୟାପ୍ପା ମନ୍ଦିରରେ ପ୍ରବେଶ କରିଥିବା ୫୦ବର୍ଷରୁ କମ୍‌ ମହିଳାଙ୍କ ତାଲିକାରେ ସଂଶୋଧନ ଆଣିଛନ୍ତି କେରଳ ସରକାର। ସୁପ୍ରିମକୋର୍ଟ ରାୟ ପରିପ୍ରେକ୍ଷୀରେ ମନ୍ଦିରରେ ମୋଟ ୫୧ଜଣ ମହିଳା ପ୍ରବେଶ କରିଥିବା ନେଇ ସରକାର ଏକ ସତ୍ୟପାଠ ଦାଖଲ କରିଥିଲେ। ଏ ​‌େ​‌ନଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବା ପରେ ସରକାର ସାନି ଅନୁଧ୍ୟାନ ପୂର୍ବକ ବାସ୍ତବରେ ୫୦ବର୍ଷରୁ କମ୍‌ ୧୭ଜଣ ମହିଳା ମନ୍ଦିରରେ ପ୍ରବେଶ କରିଥିବା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ସରକାର ଶୁକ୍ରବାର ସଂଶୋଧିତ ତାଲିକା ଦାଖଲ କରିଛନ୍ତି। କେରଳ ମୁଖ୍ୟ ଶାସନ ସଚିବ ଯମ୍‌ ଯୋଶ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଅନୁଧ୍ୟାନ କମିଟି ରିପୋର୍ଟ ଆଧାରରେ ଏହି ସଂଶୋଧନ କରାଯାଇଛି। ପ୍ରସ୍ତୁତ ମୂଳ ତାଲିକାରୁ ୫୦ବର୍ଷରୁ ଅଧିକ ଥିବା ୩୪ଜଣଙ୍କ ନାମ କଟାଯାଇଛି। ତାଲିକାରେ ଥିବା କିଛି ପୁରୁଷଙ୍କ ନାମ ମଧ୍ୟ କଟାଯାଇଛି। ଅପରପକ୍ଷରେ ହାଇକୋର୍ଟ ଦ୍ବାରା ନିଯୁକ୍ତ କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ଦିରରେ କେତେ ସଂଖ୍ୟକ ୫୦ବର୍ଷରୁ କମ୍‌ ବୟସ୍କ ମହିଳା ପ୍ରବେଶ କରିଛନ୍ତି ତାହାର ବାସ୍ତବ ଆକଳନ ସମ୍ଭବ ନୁହେଁ।
ଅପରପକ୍ଷରେ ଶାବରୀମାଳାସ୍ଥିତ ଆୟାପ୍ପା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ସଂକ୍ରାନ୍ତ ସୁପ୍ରିମକୋର୍ଟ ରାୟ ପାଳନ କରିବାକୁ କେରଳ ସରକାର ଅଙ୍ଗୀକାରବଦ୍ଧ। ସାମାଜିକ ନ୍ୟାୟ, ଲିଙ୍ଗଗତ ସମାନତା ଓ ସାଧାରଣ ଜନତାଙ୍କ ମର୍ଯ୍ୟାଦା ରକ୍ଷା ପାଇଁ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ଏଭଳି ମନ୍ତବ୍ୟ ଦେଇଛନ୍ତି କେରଳ ରାଜ୍ୟପାଳ ତଥା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପି. ସଦାଶିବମ୍‌। କେରଳ ବିଧାନସଭାର ଚତୁର୍ଦଶ ଅଧିବେଶନ ଉଦ୍‌ଘାଟନ ଅବସରରେ ରାଜ୍ୟପାଳ ଜଷ୍ଟିସ ସଦାଶିବମ୍‌ କହିଛନ୍ତି ଯେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ସୁରକ୍ଷା ପାଇଁ ରାଜ୍ୟର ବାମପନ୍ଥୀ ସରକାର ଏହାକୁ ପ୍ରଥମ କର୍ତ୍ତବ୍ୟ ଭାବେ ପାଳନ କରୁଛନ୍ତି। ଏ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ; ବିଶେଷ କରି ୫୦ଲକ୍ଷ ମହିଳାଙ୍କୁ ନେଇ ଜାନୁଆରୀ ୧ରେ ଗଠିତ ମାନବ ପ୍ରାଚିର ପ୍ରଶଂସାଯୋଗ୍ୟ ବୋଲି ରାଜ୍ୟପାଳ କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories