www.samajalive.in
Sunday, December 7, 2025
23.1 C
Bhubaneswar

ଦୁନିଆର ସବୁଠାରୁ ମହଙ୍ଗା ପୋକ; ପୋକ ଦାମ୍‌ରେ କିଣିପାରିବେ ବିଏମଡବ୍ଲ୍ୟୁ,ଅଡି..

ନୂଆଦିଲ୍ଲୀ : ଦୁନିଆରେ ଏଭଳି ଅନେକ ଜିନିଷ ରହିଛି, ଯାହା ବିଷୟରେ ଜାଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ । ସହଜରେ ବିଶ୍ୱାସ ହୋଇନଥାଏ । ମାତ୍ର ଆପଣ ଜାଣନ୍ତି କି ଏଭଳି ଏକ ପୋକ ରହିଛି, ଯାହାର ଦାମ୍‌ ଲକ୍ଷ ଲକ୍ଷ ଟଙ୍କା । ଏହା ଏତେ ମହଙ୍ଗା ଯେ, ଏହି ଦାମ୍‌ରେ ବିଏମଡବ୍ଲ୍ୟୁ କିମ୍ବା ଅଡି ଭଳି ଦାମୀ କାର୍‌ ମଧ୍ୟ କିଣିପାରିବେ । ଜାଣନ୍ତୁ ଏହି ପୋକ ବିଷୟରେ..

ଦୁନିଆର ସବୁଠାରୁ ମହଙ୍ଗା ପୋକ ଷ୍ଟେଗ ବିଟଲ୍‌ (stag beetle) । ଏହାର ଦାମ୍‌ ୭୫ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏହି ପୋକ ଅଳିଆ ଆର୍ବଜନାରେ ରହିଥାଏ । ଦାମୀ ଦାମୀ କାର୍‌ରୁ ମଧ୍ୟ ଏହାର ଦାମ୍‌ ଅଧିକ ।
ଏହି ପୋକ ଖୁବ୍‌ ଦୁର୍ଲ୍ଲଭ । ବିଶେଷ କରି ଏମାନେ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଅଞ୍ଚଳରେ ଦେଖାଯାଆନ୍ତି । ଏମାନେ ପୁରୁଣା ଗଛର ସଢି ଯାଇଥିବା କାଠରେ ବାସ କରି ଥାଆନ୍ତି । ଏହି କାଠକୁ ଖାଇ ହିଁ ଏମାନେ ବଢି ଥାଆନ୍ତି ।
ଏହି ପୋକଙ୍କ ଜୀବନକାଳ ସାଧାରଣତଃ ୩-୭ ବର୍ଷ । ଷ୍ଟେଗ୍‌ ବିଟଲ୍‌ ଲମ୍ବରେ ପ୍ରାୟ ୩୫-୭୫ ମିମି ହୋଇଥାଆନ୍ତି । ସେହିପରି ମାଈ ଷ୍ଟେଗ୍‌ ବିଟଲ୍‌ ୩୦-୫୦ ମିମି ଲମ୍ବ ହୋଇଥାଆନ୍ତି । ଏମାନଙ୍କ ଓଜନ ୨-୬ ଗ୍ରାମ ମଧ୍ୟରେ ହୋଇଥାଏ ।

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

- Advertisement -

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

ଏହି ପୋକକୁ ବିଶେଷ କରି ଔଷଧ ତିଆରି ପାଇଁ ବ୍ୟବହାର କରାଯାଏ । ବଗିଚାରେ ଏହି ପୋକ ରହିବା ଉତ୍ତମ ବୋଲି ମଧ୍ୟ କୁହାଯାଏ ।

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories