ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ମଣିପୁରରେ ହିଂସା ଥମିବାର ନାଁ ଧରୁନି। ମଣିପୁର କାକଚିଙ୍ଗ ଜିଲ୍ଲାରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ବିହାରର ଦୁଇ ଶ୍ରମିକ ସୁନାଲାଲ କୁମାର ଏବଂ ଦଶରଥ କୁମାର ବୋଲି ଜଣାପଡିଛି। ଶନିବାର ସନ୍ଧ୍ୟା ସମୟରେ ଉଭୟ କାକଚିଙ୍ଗ ଜିଲ୍ଲା କେଇରାକରୁ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏତିକି ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିନି। ଘଟଣାକୁ ନେଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
Comments are closed.