www.samajalive.in
Friday, December 5, 2025
20.1 C
Bhubaneswar

ଲୋକଙ୍କ ସମସ୍ୟା ଜାତୀୟସ୍ତରରେ ଉପସ୍ଥାପନ କରିବାରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ: ସମାଜ ସମ୍ପାଦକ

ଭୁବନେଶ୍ୱର: ଓଡ଼ିଶାର ଜନସାଧାରଣଙ୍କ ସମସ୍ୟାକୁ ଜାତୀୟସ୍ତରରେ ଉପସ୍ଥାପନ କରିବାରେ ‘ସମାଜ’ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଛି। ସ୍ଥାନୀୟ ମେ ଫେୟାର ହୋଟେଲ୍‍ରେ ସମାଜ ତରଫରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ’ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଶ୍ରୀ ତ୍ରିପାଠୀ କହିଲେ ଯେ ଏକଦା ସମ୍ବାଦପତ୍ର କହିଲେ କେବଳ ‘ସମାଜ’କୁ ବୁଝାଯାଉଥିଲା। ସବୁ ଭାଷା ନିର୍ବିଶେଷରେ ‘ସମାଜ’ ହିଁ କେବଳ ଆତ୍ମପରିଚୟ ଲାଭ କରିପାରିଥିଲା। ଲୋକସେବକ ମଣ୍ଡଳର ପୂର୍ବସୂରୀମାନଙ୍କୁ ସ୍ମରଣ କରି ଶ୍ରୀ ତ୍ରିପାଠୀ କହିଲେ ଯେ ଶହେବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଉଭୟ ଆଞ୍ଚଳିକ ଓ ଜାତୀୟସ୍ତରରେ ‘ସମାଜ’ ଆହୁରି ଦାୟିତ୍ୱବାନ ହୋଇଛି। ଏହି ଅବସରରେ ଶ୍ରୀ ତ୍ରିପାଠୀ ରାହୁଲ ଗାନ୍ଧିଙ୍କୁ ଓଡ଼ିଶା ମାଟିରେ ସ୍ୱାଗତ କରିବା ସହିତ ତାଙ୍କର ବାଲ୍ୟଜୀବନ, ଶିକ୍ଷା ଓ ରାଜନୀତି ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ରଙ୍କୁ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଆମନ୍ତ୍ରଣ କରିଥିଲେ। ରାହୁଲ ଗାନ୍ଧି ବୁଦ୍ଧିଜୀବୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ସମାଜର ମୁଖ୍ୟସଂଯୋଜକ ସୁରେଶ ମନ୍ତ୍ରୀ। ’ସମାଜ’ ପରିବାର ତରଫରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏଥିସହିତ ତୈଳଚିତ୍ର ଓ ଗୋପବନ୍ଧୁଙ୍କ ଜୀବନୀ ତାଙ୍କୁ ଉପହାର ଦିଆଯାଇଥିଲା।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories