www.samajalive.in
Saturday, December 6, 2025
26.1 C
Bhubaneswar

ସବର୍ଣ୍ଣ ସଂରକ୍ଷଣ ଉପରେ ତତ୍କାଳ ଅଙ୍କୁଶ ଲଗିବନି

ନୂଆଦିଲ୍ଲୀ: ସାଧାରଣ ବର୍ଗର ଗରିବଙ୍କୁ୧୦ ପ୍ରତିଶତ ସଂରକ୍ଷଣ ପ୍ରକ୍ରିୟା ଉପରେ ଶୁଣାଣି କରିବାକୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନ ଗ୍ରହଣ ହୋଇଥିଲେ ମଧ୍ୟ ଏହା ଉପରେ ତତ୍କାଳ ଅଙ୍କୁଶ ଲଗାଇବାକୁ ସୁପ୍ରିମ କୋର୍ଟ ମନା କରିଦେଇଛି। ସୁପ୍ରିମ କୋର୍ଟ ଏହି ପ୍ରସଙ୍ଗର ଆଇନ ଓ ନ୍ୟାୟିକ ପ୍ରକ୍ରିୟାର ସମୀକ୍ଷା କରିବା ସହ ମୋଦୀ ସରକାରଙ୍କୁ ଏ ସମ୍ପର୍କରେ ନୋଟିସ ଜାରି କରି ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ରଖିବାକୁ ନିର୍ଦେଶ ଦେଇଛି। ଚଳିତ ମାସର ପ୍ରାରମ୍ଭରେ ସୁପ୍ରିମ କୋର୍ଟରେ “ୟୁଥ ଫର ଇକ୍ୱିଲିଟି’ ନାମକ ସ୍ୱେଚ୍ଛାସେବୀ ଏଜ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା। ଏଥିରେ ସାଧାରଣ ବର୍ଗର ଗବିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ଉପରେ ରହିତା ଦେଶ ଜାରି କରିବାକୁ ଆବେଦନ କରାଯାଇ ଥିଲା।
ସୁପ୍ରିମ କୋର୍ଟ ମାମଲାକୁ ଗ୍ରହଣ କରିଥିବାବେଳେ ଏହାର ଶୁଣାଣି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ ଖାନ୍ନାଙ୍କ ୪ଜଣିଆ ଖଣ୍ଡପିଠ କରିବ। ମୋଦୀ ସରକାର ଅର୍ଥିକ କ୍ଷେତ୍ରରେ ପଛୁଆ ସାଧାରଣ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ସମ୍ବିଧାନର ୧୨୪ବିକୁ ସଂଶୋଧନ କରିଥିଲେ। ଏହି ସଂରକ୍ଷଣ ବିଧେୟକକୁ ସଂସଦରେ ୨ଦିନରେ ଅନୁମୋଦନ ମିଳିଥିଲା ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଧେୟକକୁ ମଞ୍ଜୁରି ମଧ୍ୟ ପ୍ରଦାନ କରିଦେଲେ। ଏହି ବିଧେୟକରେ ଆର୍ଥିକ କ୍ଷେତ୍ରରେ ପଛୁଆ ସାଧାରଣ ବର୍ଗଙ୍କୁ ସରକାରୀ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଆଇନ କରାଯାଇ ଥିଲା।
କେନ୍ଦ୍ର ସରକାରଙ୍କ ଏହି ଆଇନକୁ ଗୁଜରାଟ ସରକାର ତୁରନ୍ତ ଲାଗୁ କରିଦେଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ମନା କରିଦେଇଥିଲେ। ସେହିପରି ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାରଲିନ୍‍ ଆର୍ଥିକ ଆଧାରରେ ସଂରକ୍ଷଣ ପ୍ରକ୍ରିୟାକୁ ବିରୋଧ କରିଥିଲେ।ର୍
ଡିଏମକେ ଏହାକୁ ନେଇ ଚେନ୍ନଇ ଉଚ୍ଚ ନ୍ୟାୟାଳୟରେ ମାମଲା ମଧ୍ୟ ରୁଜୁ କରିଥିଲେ। ସାମାନ୍ୟ ବର୍ଗଙ୍କୁ ସଂରକ୍ଷଣ ଦେବା ଏସସି ଏସଟିଙ୍କ ପ୍ରତି ଅନ୍ୟାୟ ବୋଲି ଡିଏମକେ ମାମଲାରେ ଯୁକ୍ତି ଦର୍ଶାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories