www.samajalive.in
Saturday, December 13, 2025
14.1 C
Bhubaneswar

ଶିସୋଦିଆଙ୍କ ଆସନରୁ ଲଢ଼ିବେ ଅଓ୍ବଧ ଓଝା, ଆପ୍‌ର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଆପ୍‌) ଏହାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଆପ୍‌ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ଶିସୋଦିଆଙ୍କ ଆସନ ପରିବର୍ତ୍ତନ କରିଛି। ଆଗାମୀ ନିର୍ବାଚନରେ ଶିସୋଦିଆଙ୍କୁ ପଟପଡଗଞ୍ଜ ଆସନ ବଦଳରେ ଜଙ୍ଗପୁରା ଆସନରୁ ପ୍ରାର୍ଥୀ କରାଯାଇଛି। ପଯପଡଗଞ୍ଜ ଆସନରେ ଶିକ୍ଷକତାରୁ ରାଜନୀତିକୁ ଆସିଥିବା ଲୋକପ୍ରିୟ ଶିକ୍ଷକ ଅଓ୍ବଧ ଓଝାଙ୍କୁ ପ୍ରାର୍ଥୀ କରାଯାଇଛି। ଅଓ୍ବଧ ଓଝା ଗତ ସପ୍ତାହରେ ଆପ୍‌ରେ ଯୋଗଦେଇଥିଲେ। ଏହାବ୍ୟତୀତ ଆପ୍‌ ନରେଲା ଆସନରୁ ଦିନେଶ ଭରଦ୍ଵାଜ, ତିମାରପୁରରୁ ସୁରେନ୍ଦ୍ର ପାଲ ସିଂହ ବିଟ୍ଟୁ, ଆଦର୍ଶନଗରରୁ ମୁକେଶ ଗୋୟଲ, ମୁଣ୍ଡକାରୁ ଜସବୀର କାରଲା, ମଙ୍ଗୋଲପୁରୀରୁ ରାକେଶ ଜାଟବଙ୍କୁ ପ୍ରାର୍ଥୀ କରିଛି। ସେହିପରି ଚାନ୍ଦନୀଚୌକରୁ ପୁନରଦୀପ ସିଂହ ସାହାଣୀ, ପଟେଲନଗରରୁ ପ୍ରବେଶ ରତନ, ମାଦୀପୁରରୁ ରାକ୍ଷୀ ବିଡଲା, ଜନକପୁରୀରୁ ପ୍ରବୀଣ କୁମାର, ବିଜଓ୍ବାସନରୁ ସୁରେନ୍ଦ୍ର ଭରଦ୍ଵାଜ, ପାଲମରୁ ଯୋଗୀନ୍ଦର ସୋଲାଙ୍କୀଙ୍କୁ ଟିକେଟ ଦିଆଯାଇଛି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories