www.samajalive.in
Friday, December 12, 2025
23.1 C
Bhubaneswar

ଲତାବୁଦାରେ ଗୋରାଣ୍ଡିଯୋଡିର ନୂତନ ଅଙ୍ଗନବାଡି ଗୃହ

ପାଟଣା : ଗତ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ସାହାରପଡା ବ୍ଲକର ଦଶଟି ଗ୍ରାମରେ ଅଙ୍ଗନବାଡି ଘର ନିର୍ମାଣ ନିମନ୍ତେ ଓମବାଡ଼ସି ଫଣ୍ଡରୁ ପ୍ରତି ଘର ନିମନ୍ତେ ପନ୍ଦର ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା । ଟେଣ୍ଡର କରାଯାଇ ଘର ନିର୍ମାଣ କରାଯାଇଛି । ଘର ସମ୍ପୂର୍ଣ୍ଣ ହୋଇଛି l ମାତ୍ର ଏବେ ପର୍ଯ୍ୟନ୍ତ ଗୃହ ଗୁଡିକ ଆଇ ସିଡିଏସକୁ ହସ୍ତାନ୍ତର ହୋଇ ନଥିବାରୁ ଅଙ୍ଗନବାଡିରେ ପାଠ ପଢା ହୋଇପାରୁ ନଥିବା ସାହାରପଡା ସିଡିପିଓ ଦୀପ୍ତି ମଞ୍ଜରୀ ନାୟକଙ୍କଠାରୁ ସୂଚନା ମିଳିଛି । ଉକ୍ତ ଘର ଗୁଡିକର ବିଲ ପୈଠ ସରିଥିଲେ ମଧ୍ୟ ବିଦ୍ୟୁତ ସରଞ୍ଜାମ ବାବଦ ଅଳ୍ପ କିଛି ଦେୟ ଟଙ୍କା ଦିଆଯାଇ ପାରିନାହିଁ l ତେଣୁ ଠିକାଦାରମାନେ ବ୍ଲକକୁ ଉକ୍ତ ଘର ହସ୍ତାନ୍ତର କରିନାହାନ୍ତି । ଠିକାଦାରମାନେ ପ୍ରାପ୍ୟ ପାଇବାକୁ ବ୍ଲକକୁ ବହୁ ବାର ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ବିଲ ନ ମିଳିବାରୁ ଚୁପ ଦେଇ ବସି ଯାଇଛନ୍ତି । ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପଲେଇଙ୍କୁ ପଚାରିବାରୁ ସେ କହିଥିଲେ କି ସେତେବେଳେ ଯେଉଁ ଯେଉଁ ମାନେ ଥିଲେ ସେମାନେ ଅନ୍ୟତ୍ର ବଦଳି ହୋଇ ଯିବାରୁ ଫାଇଲ ମିଳୁନାହିଁ , ତେଣୁ କେତେ କଣ ପେମେଣ୍ଟ ହୋଇଛି ଜାଣିଲା ପରେ ଫାଇନାଲ କରି ଖୁବ ଶୀଘ୍ର ଘର ହସ୍ତାନ୍ତର ହେବ । ମାତ୍ର ଏ ପର୍ଯ୍ୟନ୍ତ ବିଭାଗ ସେଥି ପ୍ରତି ଦୃଷ୍ଟି ଦେବା ପରି ମନେ ହେଉନାହିଁ । ଗତ ବର୍ଷ ଖଜିରାପାଟ ପଂଚାୟତର ସୁରେନ୍ଦ୍ରପୁର ଅଙ୍ଗନବାଡି ସମ୍ୱନ୍ଧରେ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇବାରୁ ତାହା ହସ୍ତାନ୍ତର ହୋଇ ଅଙ୍ଗନବାଡି ଚାଲୁ ହୋଇଛି l ମାତ୍ର ସାହାରପଡା ପଞ୍ଚାୟତ ଅନ୍ତର୍ଗତ ଗୋରାଣ୍ଡିଯୋଡି ଅଙ୍ଗନବାଡିଟି ବ୍ଲକ ସଦର ମହକୁମାଠାରୁ ଏକ କିମି ଦୂରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଚାରିପଟେ ଲଟା ବୁଦାରେ ଭରପୁର ହୋଇଗଲାଣି । ଏହାକୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଇ ଶୀଘ୍ର ଅଙ୍ଗନବାଡିକୁ ହସ୍ତାନ୍ତର କରାଇବାକୁ ଦାବି ହେଉଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories