www.samajalive.in
Wednesday, December 10, 2025
26.1 C
Bhubaneswar

ସାମାଜିକ ବନୀକରଣ କାର୍ଯ୍ୟାଳୟ ପରିସରରୁ ଚନ୍ଦନ ଗଛ ଚୋରି

ପାଟଣା : ପାଟଣା ବନ ବିଭାଗ ଅଧୀନ ପାଟଣା ବ୍ଲକ ନିକଟରେ ସାମାଜିକ ବନୀକରଣ କାର୍ଯ୍ୟାଳୟ ପରିସରରୁ ଗତରାତି ଏକ ୧୫ ବର୍ଷର ପୁରୁଣା ଚନ୍ଦନ ଗଛ ଚୋରି ହୋଇଛି । ସେଠାରେ ରହୁଥିବା କର୍ମଚାରୀଙ୍କ କୋଠରୀ ବାହାରୁ ତାଲା ମାରି ଚୋର ମାନେ ଚନ୍ଦନ ଗଛ କାଟି ନେଉଥିବା କୋଠରୀରେ ରହୁଥିବା ବନ ବିଭାଗ ପାରା କର୍ମଚାରୀ ମହମ୍ମଦ ୱାସିମ ଫୋନ ଯୋଗେ ବନପାଳଙ୍କୁ ଜଣାଇବାରୁ ତତକ୍ଷଣାତ ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଓ ବନପାଳ ପିଅନ ନାଏକ ଘଟଣାସ୍ଥଳକୁ ଯାଇଥିଲେ। ତେବେ ଏହି ଦୁଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଚନ୍ଦନ ଗଛର ଗଣ୍ଡିକୁ ଚୋର ମାନେ ନେଇ ପଳାଇଥିବା ବେଳେ କେବଳ ଡାଳପତ୍ର ଗୁଡ଼ିକୁ ବନବିଭାଗ ଜବତ କରିଛି। ସୂଚନା ଯୋଗ୍ୟ ଯେ ଗତ ନଭେମ୍ବର ୧୬ ତାରିଖ ରାତି ପାଟଣା ମୁଖ୍ୟାଳୟ ଉଚ୍ଚ ବିଦ୍ୟାଳୟ ପରିସରରୁ ଗୋଟିଏ ଚନ୍ଦନ ଗଛ ଚୋରି ହୋଇଥିବାବେଳେ ମାତ୍ର ୨୨ ଦିନ ପରେ ଆଉ ଏକ ଚନ୍ଦନ ଗଛ ଚୋରି କରି ଚୋର ପାଟଣା ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଘଟଣା ଘଟାଇଛନ୍ତି।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories