୧୬ରୁ ରତ୍ନଭଣ୍ଡାର ମରାମତି !

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କରାଯିବା ଲାଗି ଦିନ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛ। ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ (ଏଏସଆଇ) ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଏଏସଆଇ ଅଧୀକ୍ଷକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ରତ୍ନଭଣ୍ଡାର ମରାମତି ନେଇ ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି ନିଆଯିବ। ଏଏସଆଇ ପକ୍ଷରୁ ୧୬ ତାରିଖରୁ କାମ ଆରମ୍ଭ କରାଯିବା ଲାଗି ଦିନ ଧାର୍ଯ୍ୟ ହୋଇଛି। ମରାମତି ପାଇଁ ଦୈନିକ ୫ରୁ ୬ଘଣ୍ଟା ସମୟ ଲାଗିବ। ପ୍ରଥମେ ବାହାର ଏବଂ ପରବର୍ତ୍ତୀ ସମୟରେ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ। କୌଣସି ସ୍ଥାନରେ ପଥର ବଦଳାଇବାର ଆବଶ୍ୟକତା ଥିଲେ ବଦଳାଯିବ।

prayash

ଅନ୍ୟପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମରାମତି ଶେଷରେ ଅଳଙ୍କାର ଆସିଲା ପରେ ଗଣତି ମଣତି ହେବ। ଜାନୁୟାରୀ ୩୧ ମଧ୍ୟରେ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

kalyan agarbati

Comments are closed.