www.samajalive.in
Friday, December 12, 2025
16.1 C
Bhubaneswar

ଚିଲିଗୁଡ଼ା ମୁଡରା ପୋଲରେ ଫାଟ, ବାରମ୍ବାର ନିମ୍ନମାନର କାମ ହେଉଥିବା ଅଭିଯୋଗ

ଲଡୁଗାଁ : ଭବାନୀପାଟଣାରୁ ବୋରିଗୁମାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଚିଲିଗୁଡା ଗ୍ରାମ ନିକଟରେ ଥିବା ମୁଣ୍ଡୁରା ନଦୀ ପୋଲ ନିମ୍ନମାନର କାମ ଯୋଗୁଁ ବାରମ୍ଵାର ଫାଟ ସୃଷ୍ଟି ହେଉଛି । ଯଦ୍ୱାରା ଯାତ୍ରୀବାହୀ  ହେଉ ଅବା ଭାରୀଯାନ ପ୍ରତିଟି ମୁହୂର୍ତ୍ତରେ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ଏହି ରାସ୍ତା ଦେଇ ଦିନକୁ ଦିନ ଯାନବାହାନ ଚଳାଚଳ ବୃଦ୍ଧି  ପାଉଥିବାବେଳେ ଅମାନିଆଙ୍କ ଗାଡ଼ିର ବେଗରେ ମଧ୍ୟ ଅଙ୍କୁଶ ଲାଗୁନି । ତା ଉପରେ ରାସ୍ତାର ଏଭଳି ଅବସ୍ଥା । ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ପୁରୁଣା ପୋଲକୁ ଗତ କିଛି ବର୍ଷ ତଳେ  ଭାଙ୍ଗି  ନୂତନ ପୋଲ ନିର୍ମାଣ କରାଗଲା । ତେବେ ସେହି ସମୟରେ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀ ମିଲିଭଗତରେ ପୋଲ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରି କାମ ସାରି ଦେଇଥିବା ଜଣାପଡିଛି । ଯାହାଦ୍ବାରା  ଏବେ ଏହି ପୋଲର ସ୍ଲାବ ଜଏଣ୍ଟ ସ୍ଥାନରେ ଲାଗିଥିବା ଲୁହା ରେଲିଂ ସବୁ ଦୁର୍ବଳ ସହ ଫାଟ ସୃଷ୍ଟି ହୋଇ  ଦୁର୍ଘଟଣାର କାରଣ ସାଜିଛି ।

ପୂର୍ବରୁ ମଧ୍ୟ ଉକ୍ତ ପୋଲ ଦୁର୍ବଳ ସହ ଫାଟ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ତରବରିଆ ଭାବେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ହୋଇଥିଲା । ଏବେ ପୁଣି ପୋଲର ଏଭଳି  ମରାମତି  କାର୍ଯ୍ୟ ମଧ୍ଯ ନିମ୍ନମାନର ହୋଇଥିବା ଓ ପୋଲର ସ୍ଥାୟୀତ୍ୱକୁ ନେଇ ଅଞ୍ଚଳର ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି । ଅଞ୍ଚଳର କିଛି ସଚେତନ ନାଗରିକମାନେ ବିଭିନ୍ନ ସୋସିଆଲ ମିଡିଆରେ ଦୁର୍ବଳ ପୋଲର ଫଟୋ ପୋଷ୍ଟ କରି ଭାଇରାଲ କରୁଥିବା ଦେଖିବାକୁ ମିଳୁଛି। କେସିଙ୍ଗା ଜାତୀୟ ରାଜପଥ ବିଭାଗୀୟ ଅଧିକାରୀ କେବେ ପୋଲ ମରାମତି ନେଇ ଦୃଷ୍ଟି ଦେବେ ନା କୌଣସି ଅଘଟଣ ଘଟିଲେ ବିଭାଗ ଚେତିବ ତାହା କୁ ହିଁ ଅପେକ୍ଷା । ପୋଲ ମରାମତି ଦିଗରେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories