www.samajalive.in
Sunday, December 7, 2025
14.1 C
Bhubaneswar

ପୁଣି ବିବାଦରେ ଓସିଏ

କଟକ: ପୁଣି ବିବାଦ ଘେରରେ ଛନ୍ଦିହୋଇଛି ଓଡ଼ିଶା କ୍ରିକେଟ ସଂଘ। ଓସିଏ ଚୟନ କମିଟି ନାଁରେ ପ୍ରିୟାପ୍ରୀତି ଅଭିଯୋଗ ହୋଇଛି। ଓଡ଼ିଶା ବରିଷ୍ଠ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଆଣିଲେ ସାଂଘାତିକ ଅଭିଯୋଗ। ସିନିୟର ଚୟନ କମିଟିକୁ କରିଛନ୍ତି ଟାର୍ଗେଟ। ଖେଳାଳି ଚୟନରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ସୂର୍ଯ୍ୟକାନ୍ତ। ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ପ୍ରତିଭା ଓ ଭଲ ପ୍ରଦର୍ଶନ ଥିବା ସତ୍ବେ ଟିମ୍‌ରେ ସ୍ଥାନ ମିଳୁନଥିବା ଅଭିଯୋଗ କରିଛନ୍ତି ସୂର୍ଯ୍ୟକାନ୍ତ। ନିଜ ପରିଚିତ ଖେଳାଳିଙ୍କୁ ଟିମ୍‌ରେ ସ୍ଥାନ ଦେଉଛନ୍ତି ଚୟନକର୍ତ୍ତା।

ପ୍ରଦର୍ଶନ ଥାଇ ମଧ୍ୟ ସୟିଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଚୟନ ହୋଇ ନଥିବା ଅଭିଯୋଗ ଆଣିଛନ୍ତି ସୂର୍ଯ୍ୟକାନ୍ତ। ଚୟନ କମିଟି ବ୍ୟାପକ ଅନିୟମିତତା କରି ସେମାନଙ୍କ ପିଲାଙ୍କୁ ରଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି ସୂର୍ଯ୍ୟକାନ୍ତ। ୧୨ବର୍ଷର କ୍ରିକେଟ କ୍ୟାରିୟର ଓ ସେ ୬୨ ମ୍ୟାଚ ଖେଳିଛନ୍ତି। ୧୮୭ଟି ଓ୍ବିକେଟ ଓ ୧୨୮୦ ରନ୍ କରିଛନ୍ତି ଅଲରାଉଣ୍ଡର ସୂର୍ଯ୍ୟକାନ୍ତ। ବର୍ତ୍ତମାନ ଚୟନ କମିଟି ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି ଅମୀୟ ରାୟ। ଏହାସହ ୩ ଜଣ ସଦସ୍ୟ ମଧ୍ୟ ଏହି କମିଟିରେ ରହିଛନ୍ତି। ତେବେ ନିଜ କ୍ଲବରୁ ପିଲା ଆଣି ଓଡ଼ିଶା ଦଳରେ ଖେଳାଇଥିବା ଅଭିଯୋଗ କରିଛନ୍ତି ସୂର୍ଯ୍ୟକାନ୍ତ। ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏ ଦିଗରେ ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି। କାହିଁକି ନା ବିସିସିଆଇ ଘରୋଇ ସିଜିନରେ ଦୀର୍ଘ ଅନେକ ବର୍ଷ ଧରି ଖରାପ ପ୍ରଦର୍ଶନ କରି ଆସୁଛି ଓଡ଼ିଶା। ତେଣୁ ଏବେଠୁ ଓସିଏ ଚୟନ କମିଟି ଦିଗରେ ସମ୍ପାଦକ ଓ କମିଟି ଦୃଷ୍ଟି ନଦେଲେ ଓଡ଼ିଶା କ୍ରିକେଟ ନିନ୍ଦା ପରିସରଭୁକ୍ତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଓସିଏ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories