www.samajalive.in
Monday, December 8, 2025
24.1 C
Bhubaneswar

ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ଯକ୍ଷ୍ମା ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଧିକ ପ୍ରଭାବିତ ଯକ୍ଷ୍ମା ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ ଦେଇ ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଦ୍ୱାରା ଲିଖିତ ଏକ ଲେଖା ପଢ଼ିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି, ଯକ୍ଷ୍ମା ବିରୁଦ୍ଧରେ ଆମର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି। ଯକ୍ଷ୍ମାକୁ ପରାସ୍ତ କରିବା ପାଇଁ ସାମୂହିକ ଭାବନାରେ ପରିଚାଳିତ ଏହି ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି, ଯେଉଁଥିରେ ଅଧିକ ପୀଡିତ ଯକ୍ଷ୍ମା ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ ଦିଆଯାଉଛି। ଯକ୍ଷ୍ମା ସହ ବହୁମୁଖୀ ଢଙ୍ଗରେ ଲଢ଼େଇ କରୁଛି ଭାରତ।

- Advertisement -

ଏହି ୧୦୦ ଦିନରେ ରୋଗୀଙ୍କୁ ଦ୍ୱିଗୁଣିତ ସହାୟତା, ଜନ ଭାଗିଦାରୀ, ଉନ୍ନତ ଔଷଧ ଓ ବୈଷୟିକ ଜ୍ଞାନକୌଶଳ ଏବଂ ଉନ୍ନତ ନିଦାନ ଉପକରଣର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ସମସ୍ତେ ଏକାଠି ହୋଇ ଯକ୍ଷ୍ମା ନିରାକରଣ ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories