www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଶ୍ରମିକଙ୍କ ଉନ୍ନତି ପାଇଁ ବିଜୁ ବାବୁଙ୍କ ଠାରୁ ଆରମ୍ଭ କରି ବିଜେଡି ସରକାର ସର୍ବଦା କାମ କରୁଥିଲା। ଶ୍ରମିକମାନଙ୍କ ହକ୍‌ ପାଇଁ ଲଢେଇ କରିବ ବିଜୁ ଜନତା ଦଳ। ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି। ଶନିବାର ବିଜୁ ଶ୍ରମିକ ସାମୁଖ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଉଦବୋଧନ ଦେଇ ଏପରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଶ୍ରମିକ ମାନଙ୍କ ସହ ସବୁବେଳେ ଥିଲି ଓ ଶେଷ ପର୍ଯ୍ୟନ୍ତ ରହିବି। ଶ୍ରମିକମାନେ ଗୋଟିଏ ରାଷ୍ଟ୍ରର ସବୁଠୁ ବଡ଼ ଶକ୍ତି। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ଦେଶକୁ ସମୃଦ୍ଧ କରିଥାଏ। ବିକାଶ ଓ ସମୃଦ୍ଧିର ପ୍ରତି କ୍ଷେତ୍ରରେ ଶ୍ରମିକଙ୍କ ବିଶେଷ ଅବଦାନ ରହିଛି। ସେମାନଙ୍କ ଅବଦାନକୁ ସେ ସମ୍ମାନ ଜଣାଇଛନ୍ତି। ବିଜୁ ବାବୁ ୧୯୯୦ରେ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରି ଇତିହାସ ସୃଷ୍ଟି କରିଥିଲେ। ବିଜୁ ଜନତା ଦଳ ସରକାର ସମୟରେ ଶ୍ରମିକଙ୍କର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ କ୍ଷେତ୍ରରେ ବିଜେଡି ସରକାର ନୂଆ ଯୁଗ ଆରମ୍ଭ କରିଥିଲା।

ମଧ୍ୟାହ୍ନ ଭୋଜନ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories