www.samajalive.in
Saturday, December 6, 2025
26.1 C
Bhubaneswar

ମାଫିଆଙ୍କ କବଳରେ ରହିଛି ନେତୃତ୍ଵବିହୀନ ବାଂଲାଦେଶ: ମମତା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶ ବର୍ତ୍ତମାନ ନେତୃତ୍ଵବିହୀନ ହୋଇପଡ଼ିବା ସହିତ ମାଫିଆଙ୍କ କବଳରେ ରହିଛି। ଏକ ଦୁର୍ବଳ ପ୍ରଶାସନ ଅଧୀନରେ ଦେଶ ସଂଘର୍ଷ କରୁଛି। ବାଂଲାଦେଶ ସରକାରକୁ ଏପରି ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି, ପଶ୍ଚିମବଙ୍ଗ ଭାରତର ଏକମାତ୍ର ରାଜ୍ୟ ଯାହା ବାଂଲାଦେଶ ସହିତ ସବୁଠୁ ଦୀର୍ଘତମ ସୀମାକୁ ଲାଗି ରହିଛି। କିନ୍ତୁ ବାଂଲାଦେଶଠାରୁ ପଶ୍ଚିମବଙ୍ଗ ପ୍ରତି କେବଳ ବିପଦ ନାହିଁ, ଓଡ଼ିଶା ଏବଂ ବିହାର ପ୍ରତି ମଧ୍ୟ ବିପଦ ରହିଛି। ସମସ୍ତ ପଡ଼ୋଶୀ ଶାନ୍ତିରେ ରୁହନ୍ତୁ। କେନ୍ଦ୍ର ସରକାର ବାଂଲାଦେଶ ସହିତ ଆଲୋଚନା ଜାରି ରଖି ଏହା ସୁନିଶ୍ଚିତ କରନ୍ତୁ। ଯାହାଫଳରେ ସମସ୍ତେ ସୁରକ୍ଷିତ ଏବଂ ଶାନ୍ତିରେ ରହିବେ ବୋଲି ମମତା ଏକ ଟିଭି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି।

ଜାତିସଂଘ ସହିତ କଥା ହୋଇ ବାଂଲାଦେଶକୁ ଶାନ୍ତି ରକ୍ଷକ ବାହିନୀ ପଠାଇବା ସହିତ ନିର୍ଯାତିତ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରିବା ଲାଗି ଚଳିତ ସପ୍ତାହରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ। ବାଂଲାଦେଶରେ ହିନ୍ଦୁ ସାଧୁ ଚିନ୍ମୟ ଦାସଙ୍କୁ ଗିରଫ କରାଯିବା ଏବଂ ଇସ୍କନ ସଂଗଠନକୁ ନିଷିଦ୍ଧ କରାଯିବା ଘଟଣାକୁ ବି ମମତା କଡ଼ା ନିନ୍ଦା କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories