www.samajalive.in
Friday, December 5, 2025
17.1 C
Bhubaneswar

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ତୀବ୍ର ଆନ୍ଦୋଳନ

କଟକ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କଟକରେ ଜୋରଦାର ଆନ୍ଦୋଳନ କରାଯାଇଛି। କଟକ ଜିଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯାଇଛି। ଏନେଇ ଗୁରୁବାର କଟକର ବିଭିନ୍ନ ହିନ୍ଦୁ ସଂଗଠନ କଟକ ଚୌଧୁରୀ ବଜାର ଗୌରୀ ଶଙ୍କର ପାର୍କଠାରେ ସମସ୍ତ ହିନ୍ଦୁ ସଙ୍ଗଠନର ମିଳିତ ପ୍ରୟାସରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଶତାଧିକ ହିନ୍ଦୁ ଏକତ୍ରିତ ହୋଇ ପ୍ରତିବାଦ କରିବା ସହ ଜିଲାପାଳ ଅଫିସ୍ ପର୍ଯ୍ୟନ୍ତ ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତେବେ ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସୁରକ୍ଷା ମଞ୍ଚ ମାଧ୍ୟମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ହିନ୍ଦୁସେନା, ଇସ୍କନ୍ ଏବଂ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ପ୍ରମୁଖ ଯୋଗ ଦେଇଥିଲେ। ଆନ୍ଦୋଳନକାରୀଙ୍କ ମତରେ ବାଂଲାଦେଶରେ ହିନ୍ଦୁ ଉତ୍ପୀଡ଼ନ ବିରୁଦ୍ଧରେ ହିନ୍ଦୁମାନଙ୍କର ବିରାଟ ରଣହୁଙ୍କାର କଟକରୁ ଆଜିଠୁ ଆରମ୍ଭ ହୋଇଛି। ବର୍ତ୍ତମାନ ବାଂଲାଦେଶରେ ହିନ୍ଦୁ ଉତ୍ପୀଡ଼ନ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏ ଦିଗରେ ଏଣିକି ଚୁପ୍ ବସିବା ଅସମ୍ଭବ। ସେମାନଙ୍କୁ ଉଚିତ ଜବାବ ଦିଆଯିବା ଆବଶ୍ୟକ। ଭାରତ ଏକ ସର୍ବଧର୍ମ ରାଷ୍ଟ୍ର ହେବା ସହ ଗୋଟିଏ ହିନ୍ଦୁ ରାଷ୍ଟ୍ର ବୋଲି ଜଣାଯାଏ। ବାଂଲାଦେଶ ପୂର୍ବରୁ ଭାରତର ଅଂଶ ଥିଲା, କିନ୍ତୁ ହିନ୍ଦୁମାନଙ୍କ ଉପରେ ଏପରି ଆଚରଣକୁ କେବେବି ବରଦାସ୍ତ କରାଯିବନି। ତେଣୁ ଏହି ଘଟଣାକୁ ନେଇ ସମସ୍ତେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଆନ୍ଦୋଳନକାରୀ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories