www.samajalive.in
Saturday, December 6, 2025
17.1 C
Bhubaneswar

ଗଣହତ୍ୟାର ମାଷ୍ଟରମାଇଣ୍ଡ ହେଉଛନ୍ତି ୟୁନୁସ: ଶେଖ ହସିନା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ସେମାନଙ୍କର ଗଣହତ୍ୟାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ। ୟୁନୁସଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ବୁଧବାର ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହସିନା କହିଥିଲେ, ୟୁନୁସ ବାଂଲାଦେଶରେ ନରସଂହାର କରିଚାଲିଛନ୍ତି। ସେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି।

ହସିନା ଆହୁରି କହିଥିଲେ ଯେ, ସେ ଅଗଷ୍ଟରେ ଇସ୍ତଫା ଦେବା ପରେ ଦେଶ ଛାଡ଼ି ଚାଲିଆସିଥିଲେ। କାରଣ ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ୧୯୭୫ରେ ତାଙ୍କ ବାପା ଶେଖ ମୁଜିବ-ଉର- ରହମନଙ୍କୁ ଯେପରି ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା ତାଙ୍କୁ ସେପରି ହତ୍ୟା କରିବାକୁ ଯୋଜନା ହୋଇଥିଲା। ୟୁନୁସ କ୍ଷମତା ପୀପାସୁ। ସେଥିଲାଗି ସେ ପୂଜାସ୍ଥଳଗୁଡ଼ିକୁ ଆକ୍ରମଣରୁ ରକ୍ଷା କରିପାରୁନାହାନ୍ତି। ଯଦି ସେ କ୍ଷମତା ଲୋଭି ହୋଇଥାଆନ୍ତେ ଏବଂ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ସୁରକ୍ଷାକର୍ମୀଙ୍କୁ ନିର୍ଦେଶ ଦେଇଥାଆନ୍ତେ, ତେବେ ବାଂଲାଦେଶରେ କୁଢ଼ କୁଢ଼ ମୃତଦେହ ବିଛାଇହୋଇ ପଡ଼ିଥାଆନ୍ତା ବୋଲି ହସିନା କହିଛନ୍ତି। ସୂଚନାଯୋଗ୍ୟ, ହସିନା ଗତ ଅଗଷ୍ଟରେ ଦେଶ ଛାଡ଼ିବା ପରେ ପ୍ରଥମ ଥର ଲାଗି ସାର୍ବଜନିନ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories