www.samajalive.in
Thursday, December 11, 2025
14.1 C
Bhubaneswar

ମୁମ୍ବଇରୁ-ପୁଣେ ୨୫ ମିନିଟ!

ମୁମ୍ବଇ : ପୁଣେ-ମୁମ୍ବାଇ ମଧ୍ୟରେ ପରୀକ୍ଷାମୂଳକ ଭାବେ ହାଇପରଲୁପ୍‌ ପରିଚାଳନା ପାଇଁ ଭରଜିନ୍‌ ଗ୍ରୁପ୍‌ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି । ଭରଜିନ୍‌ ଗ୍ରୁପ୍‌ ପୁଣେଠାରୁ ମୁମ୍ବାଇ ପର୍ଯ୍ୟନ୍ତ ହାଇପରଲୁପ୍‌ ଟ୍ରାକ୍‌ ନିର୍ମାଣ କରିିବ ଓ ୨ଟି ପର୍ଯ୍ୟାୟରେ ପ୍ରକଳ୍ପ ନିର୍ମାଣ ଶେଷ କରିବ । ରାଜିନାମା ସ୍ୱାକ୍ଷର ଅବସରରେ ଭରଜିନ ଗ୍ରୁପ୍‌ ପ୍ରତିଷ୍ଠାତା ତଥା ଭରଜିନ୍‌ ହାଇପରଲୁପ୍‌ ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ କହିଛନ୍ତି ଯେ ବିଂଶତମ ଶତାବ୍ଦୀରେ ଭାରତୀୟଙ୍କ ଉପରେ ଟ୍ରେନ୍‌ର ଯେପରି ପ୍ରଭାବ ରହିଛି, ଏକବିଂଶ ଶତାବ୍ଦୀରେ ହାଇପରଲୁପ୍‌ ଭାରତୀୟଙ୍କ ଉପରେ ସେପରି ପ୍ରଭାବ ପକାଇବ ବୋଲି ଆଶା କରୁଛୁ । ହାଇପରଲୁପ୍‌ ନିର୍ମାଣ ପରେ ପୁଣେ-ମୁମ୍ବାଇ ଯାତାୟତ ସମୟ ବହୁ ମାତ୍ରାରେ କମିଯିବ । ବିଶ୍ୱରେ ପରିବହନ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିବା ସହ ଏହା ବିଶ୍ୱରେ ଶିଳ୍ପାୟନ ପରିବର୍ତ୍ତନରେ ବହୁମାତ୍ରାରେ ସହାୟକ ହେବ । ସୂଚନା ଅନୁସାରେ ପ୍ରଥମେ ଏକ ପରୀକ୍ଷାମୂଳକ ଟ୍ରାକ ନିର୍ମାଣ କରାଯିବ । ଏହି ପରୀକ୍ଷାମୂଳକ ଟ୍ରାକ୍‌ ନିର୍ମାଣକୁ ୨ରୁ ୩ ବର୍ଷ ସମୟ ଲାଗିବ । ହାଇପରଲୁପ୍‌ ସମ୍ପୂର୍ଣ୍ଣ ରୂପେ ବିଦ୍ୟୁତ୍‌ ଶକ୍ତି ଦ୍ୱାରା ପରିଚାଳିତ ହେବ । ଏହାଦ୍ୱାରା ବହୁମାତ୍ରାରେ ସବୁଜ ଗୃହ ଗ୍ୟାସ ନିର୍ଗମକୁ ରୋକାଯାଇ ପାରିବ । ହାଇପରଲୁପ୍‌ ନିର୍ମାଣ ପରେ କେନ୍ଦ୍ରୀୟ ପୁଣେରୁ ନଭି ମୁମ୍ବଇ ବିମାନ ବନ୍ଦରକୁ ମାତ୍ର ୨୫ ମିନିଟ ସମୟ ଲାଗିବ । ହାଇପରଲୁପ୍‌ରେ ବର୍ଷକୁ ୧୫୦ ନିୟୁତ ଯାତ୍ରୀ ଯାତ୍ରା କରିପାରିବେ । ଏହାଦ୍ୱାରା ପ୍ରାୟ ୯୦ ନିୟୁତ ଘଣ୍ଟା ଯାତ୍ରା ସମୟ ବଞ୍ଚିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପୁଣେ-ମୁମ୍ବଇ ହାଇପରଲୁପ୍‌ ପ୍ରକଳ୍ପ ପାଇଁ ପଥ ଚିହ୍ନଟ ସହ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୬ ମାସ ଅନୁଧ୍ୟାନ କରାଯିବ । ଏହାପରେ ହାଇପରଲୁପ୍‌ ଟ୍ରାକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପୁଣେ-ମୁମ୍ବଇ ହାଇପରଲୁପ୍‌ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୫୫ ଶହ କୋଟି ଡଲାର ଅର୍ଥାତ (୩୫୦,୦୦୦ କୋଟି ଟଙ୍କା) ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।

ହାଇପରଲୁପ କଣ ?

- Advertisement -

ହାଇପରଲୁପ ଜ୍ଞାନକୌଶଳ ପରିବହନ ବା ଯାତ୍ରାୟତ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତଣ ଆଣିବ ବୋଲି ଆଶା କରାଯାଉଛି। ହାଇପରଲୁପ ବେଗ ବିମାନ ଏବଂ ବୁଲେଟ ଟ୍ରେନ୍‌ଠୁ ବି ଅଧିକ ରହିବ ବୋଲି କୁହାଯାଉଛି । ଯଦି ଏହି ପ୍ରକଳ୍ପ ସଫଳତାର ସହ ନିର୍ମାଣ ହୋଇପାରିବ ତେବେ ଯାତ୍ରୀମାନେ ମାତ୍ର କେତେ ମିନିଟରେ ଗୋଟିଏ ସହରରୁ ଅନ୍ୟସହରକୁ ଯାତ୍ରା କରିପାରିବେ । ଏହା ଟ୍ରେନ ଓ ବିମାନ ଯାତ୍ରାର ବିକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି । ହାଇପରଲୁପ ମାଧ୍ୟମରେ ବହୁ ଦୂର ସ୍ଥାନକୁ ଅତି କମ୍‌ ସମୟରେ ଯାତ୍ରା କରିହେବ। ଲୁପ୍‌ ହେଉଛି ଏକ ଟନେଲ ବା ପାଇପ୍‌ । ଏହି ପାଇପ୍‌ ମଧ୍ୟରେ ହାଇପରଲୁପ ଯାନ ଚାଲିବ । ଏହି ପାଇପ୍‌ ସିଲ ହୋଇ ରହୁଥିବାରୁ ହାଇପରଲୁପ୍‌ ଯାନ ଉପରେ ପବନର ଚାପ ପଡିବନାହିଁ । ଏହା ମଧ୍ୟରେ ଟ୍ରେନ ଭଳି ଲୋକଙ୍କ ପାଇଁ ସିଟ୍‌ ରହିବ । ହାଇପରଲୁପର ଯାନ ଚୁମ୍ବକିୟ କ୍ଷେତ୍ର ବ୍ୟବହାର ହେଉଥିଲାବେଳେ ପାଇପ୍ ବା ଟନେଲ ଯୋଗୁଁ ଘର୍ଷଣର ମାତ୍ରା କମିଯିବ । ଫଳରେ ଏହାର ବେଗ ବହୁ ଅଧିକ ରହିବ ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories