www.samajalive.in
Sunday, December 14, 2025
18.1 C
Bhubaneswar

ଏକନାଥ ସିନ୍ଦେ ହେବେ ଉପମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାବ ବୁଧବାର ଘୋଷଣା କରାଯାଇଛି। ସର୍ବସମ୍ମତିକ୍ରମେ ଦେବେନ୍ଦ୍ର ଫଡନବିସଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଫଡନବିସ ୩ୟ ଥର ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବେ। ତେବେ ଏକନାଥ ସିନ୍ଦେଙ୍କୁ ନେଇ ସସପେନ୍ସ ଜାରି ରହିଥିଲା। ଫଡନବିସ ମୁଖ୍ୟମନ୍ତ୍ରୀ ହେଲେ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହା ଉପରୁ ମଧ୍ୟ ବୁଧବାର ପରଦା ଉଠିଛି। ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ପ୍ରଥମରୁ ସେ ମନା କରିଆସୁଥିଲେ। କିନ୍ତୁ ଫଡନବିସ ତାଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ସେ ରାଜି ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ବୁଧବାର ସିନ୍ଦେ ଶିବସେନା ନେତାମାନଙ୍କ ସହିତ ବୈଠକ କରିଥିଲେ। ସରକାରରେ ସେ ସାମିଲ ହେବେ ନା ନାହିଁ ସେ ବିଷୟରେ ସନ୍ଧ୍ୟାରେ ସୂଚନା ଦେବେ ବୋଲି ସିନ୍ଦେ ବୈଠକରେ ନିଜ ନେତାମାନଙ୍କୁ କହିଥିଲେ। କିନ୍ତୁ ବୈଠକରେ ନେତାମାନେ ତାଙ୍କୁ ସରକାରରେ ରହିବାକୁ ବହୁ ଅନୁରୋଧ କରିଥିଲେ। ଫଡନବିସ ବି ସିନ୍ଦେଙ୍କୁ ସରକାରରେ ରହିବାକୁ ଅନୁରୋଧ କରିଥିଲେ। ଶେଷରେ ସିନ୍ଦେ ରାଜି ହୋଇଥିବା ଜଣାପଡ଼ିଛି। ତେବେ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଆରମ୍ଭରୁ ଶିବସେନା ଗୃହ ବିଭାଗ ନିଜ ଅଧୀନରେ ରଖିବାକୁ ଦାବି କରିଆସୁଛି।

- Advertisement -

ସେହିପରି ମହାୟୁତିର ଅନ୍ୟତମ ସହଯୋଗୀ ଏନସିପି ମୁଖ୍ୟ ଅଜିତ ପାଓ୍ବାର ବି ଉପମୁଖ୍ୟମନ୍ତ୍ରୀ ପଦବୀ ପାଇବାର ସମ୍ଭାବନା ରହିଛି। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଫଡନବିସ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories