www.samajalive.in
Sunday, December 14, 2025
18.1 C
Bhubaneswar

ଦୁଇରୁ ଅଧିକ ସନ୍ତାନ ଥିବା ପରିବାରର ଭୋଟ ଅଧିକାର ରଦ୍ଦ କରାଯାଉ: ରାମଦେବ

ନୂଆଦିଲ୍ଲୀ: ଯେଉଁ ପିତାମାତାଙ୍କ ଦୁଇରୁ ଅଧିକ ସନ୍ତାନ ଥିବ ସେମାନଙ୍କ ଭୋଟ ଅଧିକାର ରଦ୍ଦ କରିବା ପାଇଁ ଯୋଗଗୁରୁ ବାବା ରାମଦେବ ମତ ଦେଇଛନ୍ତି। ଆଲିଗଡ଼ରେରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ରାମଦେବ କହିଛନ୍ତି ଯେ ଭାରତ ଭଳି ୧୦୦ କୋଟିରୁ ଊଦ୍ଧ୍ୱର୍ ଜନସଂଖ୍ୟାର ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ସରକାରଙ୍କ ଆଗରେ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ଦୁଇରୁ ଅଧିକ ସନ୍ତାନ ଥିବା ପରିବାରର ଭୋଟଦାନ ଅଧିକାର ସହିତ ସରକାରୀ ଚାକିରୀ ଓ ବିଭିନ୍ନ ସରକାରୀ ସୁବିଧାସୁଯୋଗ ପ୍ରତ୍ୟାହାର କରିନେବା ଆବଶ୍ୟକ। ଏହା ହିନ୍ଦୁ, ମୁସଲିମ୍‍, ଖ୍ରୀଷ୍ଟିଆନ୍‍ ଆଦି ସବୁ ସମ୍ପ୍ରଦାୟ ପ୍ରତି ଲାଗୁ ହେବା ଆବଶ୍ୟକ। ତେବେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାମଦେବଙ୍କ ଏହା ପ୍ରଥମ ପରାମର୍ଶ ନୁହେଁ। ଗତ ବର୍ଷ ମଧ୍ୟ ରାମଦେବ କହିଥିଲେ ଯେ ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଥିବ ସେମାନଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲ୍‍ରେ ପାଠ ପଢ଼ିବା କିମ୍ବା ସରକାରୀ ଡାକ୍ତରଖାନାରେ ଚିକିତ୍ସା ବାରଣ କରାଯିବା ଉଚିତ। ତାଙ୍କ ଭଳି ଅବିବାହିତମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନର ବ୍ୟବସ୍ଥା କରାଯିବା ଆବଶ୍ୟକ। ସେ ଏକ ବ୍ରାଣ୍ଡ ତିଆରି କରିଛନ୍ତି। ୨୦୫୦ ସୁଦ୍ଧା ଭାରତକୁ ବିଶ୍ୱର ସର୍ବବୃହତ ଅର୍ଥନୈତିକ ଦେଶ ଭାବରେ ଗଢ଼ି ତୋଳିବା ପାଇଁ ସେ ଏଭଳି ୧୦୦୦ ବ୍ରାଣ୍ଡ ତିଆରି କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories