www.samajalive.in
Friday, December 5, 2025
20.1 C
Bhubaneswar

କର୍ଣ୍ଣାଟକ କଂଗ୍ରେସ ରାଜନୀତି : ହତ୍ୟା ଉଦ୍ୟମ ଅଭିଯୁକ୍ତ ବିଧାୟକ ଫେରାର

ବେଙ୍ଗାଲୁରୁ : ଦଳୀୟ ତଥା ସାଥୀ ବିଧାୟକଙ୍କୁ ମାଡ ମାରିବା ନେଇ ହତ୍ୟା ଉଦ୍ୟମ ଅଭିଯୁକ୍ତ କର୍ଣାଟକ କଂଗ୍ରେସ ବିଧାୟକ ଜେଏନ ଗଣେଶ ଫେରାର ହୋଇଯାଇଛନ୍ତି। ପୁଲିସ ତାଙ୍କୁ ଗିରଫ କରିବା ଲାଗି ଏଣେତେଣେ ଖୋଜିବାରେ ଲାଗିଛି। ତେବେ ଗଣେଶଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ରାଜ୍ୟ ଗୃହମନ୍ତ୍ରୀ ଏମ ବି ପାଟିଲ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଗଣେଶଙ୍କୁ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବ ନାହିଁ। ବିରୋଧୀ ବିଜେପିର ଘୋଡାବେପାରରୁ ଦୂରେଇ ରଖିବା ପାଇଁ କର୍ଣ୍ଣାଟକ କଂଗ୍ରେସ ଏହାର ବିଧାୟକଙ୍କୁ ରିସର୍ଟରେ ଲୁଚାଇ ରଖିଥିବାବେଳେ ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଶନିବାର ରାତିରେ ବିଧାୟକ ଗଣେଶଙ୍କୁ ସାଥୀ ବିଧାୟକ ଆନନ୍ଦ ସିଂହ ମାଡ ମାରିଥିଲେ। ଗଣେଶଙ୍କ ମାଡରେ ଆନନ୍ଦଙ୍କ ମୁଣ୍ଡ ଫାଟିଯିବା ସହ ଆଖିପତା ଫୁଲି ଯାଇଥିଲା। ଏହି ମାଡ ମାରିବାକୁ ନେଇ ଗଣେଶଙ୍କ ବିରୋଧରେ ଆନନ୍ଦ ହତ୍ୟା ଉଦ୍ୟମ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଗଣେଶଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କୁ ଗିରଫ ଲାଗି ପୁଲିସ ତନାଘନା ଚଳାଇଥିବାବେଳେ ସେ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଛି।
ଗଣେଶଙ୍କ ଗିରଫ ବିଳମ୍ବ ହେବା ନେଇ ଗୃହମନ୍ତ୍ରୀ ପାଟିଲ କହିଛନ୍ତି ଯେ ‘ଆମେ ନିରବରେ ବସି ନାହୁଁ। ଏହି ପ୍ରସଙ୍ଗରେ କାହାର ହସ୍ତକ୍ଷେପ ନାହିଁ। ସରକାର ଓ ଗୃହ ବିଭାଗ ଉପରେ କୌଣସି ଚାପ ନାହିଁ। ବିଭାଗ ଏହାର କାର୍ଯ୍ୟ ଚଳାଇଛି। ଆମେ ତାଙ୍କୁ ଛାଡିବୁ ନାହିଁ। ଯଥା ସମ୍ଭବ ଶୀଘ୍ର ତାଙ୍କୁ (ଗଣେଶ)ଙ୍କୁ ଗିରଫ କରାଯିବ।’ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହେବା ଘଟଣାକୁ କଂଗ୍ରେସ ଖଣ୍ଡନ କରିଥିବାବେଳେ ଗୃହମନ୍ତ୍ରୀ ଏହାକୁ ସ୍ବୀକାର କରିଛନ୍ତି। ବିଜେପିକୁ ଯିବା ଲାଗି ଯୋଜନା କରିଥିବା ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହିତ ଗଣେଶ ଯୋଗାଯୋଗ ଚଳାଇଥିଲେ। ତେବେ ଗଣେଶଙ୍କ ଦଳ ବଦଳ ଯୋଜନାକୁ ନେଇ ଆନନ୍ଦ ବିରୋଧ କରିବାରୁ ଯୁକ୍ତି ତର୍କ ହୋଇଥିଲା। ଆନନ୍ଦଙ୍କ ଯୋଗୁଁ ବିଜେପି ‘ଅପରେସନ ଲୋଟସ’ ବିଫଳ ହୋଇଥିବା ଗଣେଶ କହିଥିଲେ। ଏହି ଯୁକ୍ତିତର୍କ ସମୟରେ ଗଣେଶ ଏକ ବୋତଲରେ ଆନନ୍ଦଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଆନନ୍ଦଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେବାରୁ ରିସର୍ଟରେ ଉପସ୍ଥିତ ଅନ୍ୟ ବିଧାୟକମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ। ମାରପିଟ୍ ଘଟଣାକୁ କଂଗ୍ରେସ ଅସ୍ବୀକାର କରାଯାଇଥିଲା। ତେବେ ଆନନ୍ଦ ସିଂହଙ୍କ ପୁଅ ସିଦ୍ଧାର୍ଥ ସିଂହ କହିଛନ୍ତି ଯେ ବାପାଙ୍କର ଦୁଇଟି ରିବ୍ ଓ ଡାହାଣ ଆଖି ତଳ ହାଡ ଭାଙ୍ଗିଯାଇଛି। ଆଖି ପତା ଫୁଲା କମିବା ପରେ ଡାକ୍ତର ଯାହା କିଛି ନିଷ୍ପତ୍ତି ନେବେ।
କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଚାଲିଥିବାବେଳେ ଏଥିରେ ବିଭାଜନ ପୂର୍ବକ ବିଜେପି ସରକାର ଗଠନ ଯୋଜନା ଚଳାଇଛି। ଏଥିପାଇଁ ବିଜେପି କଂଗ୍ରେସ ବିଧାୟକଙ୍କୁ ହାତେଇବାର ପ୍ରୟାସ ଚଳାଇଛି। କଂଗ୍ରେସର କିଛି ଅସନ୍ତୁଷ୍ଟ ବିଧାୟକ ମଧ୍ୟ ବିଜେପି ସହିତ ଯୋଗାଯୋଗ କରୁଛନ୍ତି। ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ବୈଠକରେ ୪ଜଣ ବିଧାୟକ ଅନୁପସ୍ଥିତ ରହିବା ପରେ ଦଳ ଏହାର ଅନ୍ୟ ବିଧାୟକମାନଙ୍କୁ ଇଗଲଟନ୍ ରିସର୍ଟକୁ ନେଇ ଯାଇଥିଲା। ବିଜେପି ଯୋଗାଯୋଗରୁ ବିଧାୟକମାନଙ୍କୁ ଦୂରେଇ ରଖିବା ଲାଗି କଂଗ୍ରେସ ଏପରି କରିଥିଲା। ତେବେ ପରିସ୍ଥିତି ଜଟିଳ ହେବାରୁ ବିଧାୟକଙ୍କୁ ରିସର୍ଟରୁ ଛାଡି ଦିଆଯାଇଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories