ସମ୍ବଲପୁର : ରବିବାର ସନ୍ଧ୍ୟା ସାଢେ ୬ଟା ସମୟରେ ସମ୍ବଲପୁର ବନଖଣ୍ତ ଅନ୍ତର୍ଗତ ଯୁଯୋମୁରା ବ୍ଲକର ଝାଙ୍କରପାଲି ପଞ୍ଚାୟତର ଠରଲି ଗ୍ରାମରେ ୩୦ ଟିକିଆ ବଣୁଆ ହାତୀ ପଲ ଉପଦ୍ରବ କରିଥିବା ନେଇ ସୂଚନା ମିଳିଛି। ଏହି ଉପଦ୍ରବ ପାଇଁ ଗ୍ରାମରେ ଭୟର ଆତଙ୍କ ଦେଖା ଦେଇଛି। ଏ ନେଇ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବାପରେ ବନବିଭାଗର ଦଳ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ବଣୁଆ ହାତୀଙ୍କୁ ଘଉଡାଇ ଥିଲେ।
ତେବେ ବଣୁଆ ହାତୀ ମାନେ ଠରଲି ଗ୍ରାମର ଶ୍ୟାମ ଭୋଇଙ୍କ ଏକ ଏକଡରୁ ଊର୍ଦ୍ଧ୍ବ ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି। ବିଗତ ବହୁ ବର୍ଷ ହେବ ଏହି ଗ୍ରାମରେ ବଣୁଆ ହାତୀ ଉପଦ୍ରବ ସମସ୍ୟା ପାଇଁ ଲୋକ ମାନେ ନିଜ ସୁରକ୍ଷିତ ମନେ କରୁନାହାଁନ୍ତି। ଏହାର ପ୍ରତିକାର ପାଇଁ ବାରମ୍ବାର ଦାବିପରେ ବି କୋୖଣସି ସୁଫଳ ମିଳି ନାହିଁ। ଫଳରେ ପୁଣି ଗ୍ରାମରେ ଗୋଟିଏ ଥରରେ ୩୦ ଟିକିଆ ବଣୁଆ ହାତୀ ଆସି ଉପଦ୍ରବ କରି ଧାନଫସଲ ନଷ୍ଟ କରି ଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।



