www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପାଇଁ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ନିକଟରେ ହୋଇଥିବା ସିଣ୍ଡିକେଟ ବୈଠକରେ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବାଟ ଫିଟିଛି। ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ/ଅଧ୍ୟାପିକାଙ୍କ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅଧ୍ୟାପକ/ଅଧ୍ୟାପିକାଙ୍କୁ ପଦୋନ୍ନତି ମିଳିବ।

ସେହିପରି ଛାତ୍ରଛାତ୍ରୀ ସାମଗ୍ରିକ ତଥା ବୌଦ୍ଧିକ ବିକାଶ ପାଇଁ ପାଠ୍ୟକ୍ରମ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷା ଦିଆଯିବ। ବିଭିନ୍ନ ସାଂସ୍କୃତିକ ମହୋତ୍ସବ, ବିଭିନ୍ନ ବିଭାଗରେ ଜାତୀୟସ୍ତରୀୟ କର୍ମଶାଳା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ନାକ୍‌ ଗ୍ରେଡେସନ ପାଇଁ ସହାୟକ ହୋଇପାରିବ। ସେହିପରି ଦୀର୍ଘ ବର୍ଷ ହେଲା ସ୍ବଳ୍ପ ଟଙ୍କାରେ ଖାତା ମୂଲ୍ୟାୟନ କରୁଛନ୍ତି। ଏଥର ଅନ୍ୟ ବିଶ୍ବବିଦ୍ୟାଳୟ ଭଳି ଖାତା ମୂଲ୍ୟାୟନ ରାଶି ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଥିବା କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories