ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଭଗବାନ ସାହୁ ଖେଳ ପଡିଆରେ ଫ୍ରେଣ୍ଡସ୍ କ୍ଳବ୍ ଓ ଜେମସ୍ ଷ୍ଟାର କ୍ଲବର ମିଳିତ ଆନୁକୁଲ୍ୟରେ ଆୟୋଜିତ ୩୧ତମ ଅମରପାଲି କ୍ରିକେଟ କପ ରବିବାର ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଡାହାଣିପାଲିକୁ ହରାଇ ବହଳପଦର ଦଳ ଚମ୍ପିଆନ ହୋଇଛି । ପ୍ରଥମ ସେମିଫାଇନାଲ ମ୍ୟାଚ ଗରଗଡବାହାଲ ଓ ଡାହୁଣିପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡାହାଣିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୧୦୧ ରନ କରିଥିଲା ।
ଜବାବରେ ଗରଗଡବାହାଲ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟ ହରାଇ ୭୪ ରନ କରି ବିଜୟୀ ହେବା ସହ ଫାଇନାଲରେ ପ୍ରବେଶ କରିଥିଲା । ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ବହଳପଦର ଓ ଉଲୁଣ୍ଡା ମଧ୍ୟରେ ହୋଇଥିଲା । ଏଥିରେ ଉଲୁଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୯୯ ରନ କରିଥିଲା । ଜବାବରେ ବହଳପଦର ଦଳ ୯.୨ ଓଭରରେ ୪ ଉଇକେଟ ହରାଇ ୧୦୦ ରନ କରି ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚଟି ବହଳପଦର ଓ ଡ଼ାହାଣିପାଲି ମଧ୍ୟରେ ହୋଇଥିଲା । ଏଥିରେ ଡ଼ାହାଣିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୭୪ ରନ କରିଥିଲା । ଜବାବରେ ବହଳପଦର ଦଳ ଆବଶ୍ୟକୀୟ ୭୫ ରନକୁ ୮ ଓଭରରେ ୫ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା ।
ପୀତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲାbପରିଷଦ ସଭ୍ୟ ଲବକୁମାର ସହୁ, ସ୍ଥାନୀୟ ସରପଞ୍ଚ ନିରୂପମା ସେଠୀ, ସମିତି ସଭ୍ୟ ସୁଗନ୍ଧା ଘିବିଲା, ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ସଭାପତି ବିମ୍ବାଧର ସାହୁ, ସମ୍ପାଦକ କହ୍ନେଇ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବହଳପଦରର ଅନୀଲ ଭୁକ୍ତାଙ୍କୁ ଶ୍ରେଷ୍ଠ ବୋଲର, ଉଲୁଣ୍ଡାର ଚନ୍ଦନ ମେହେରଙ୍କୁ ଶ୍ରେଷ୍ଠ ବ୍ୟାଟସ୍ ମ୍ୟାନ, ବହଳପଦରର ଅମନ ଭୋଇଙ୍କୁ ମ୍ୟାନ ଅଫ ଦି ଫାଇନାଲ, ଡାହାଣିପାଲିର ଅନିଲ ପଧାନଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା ।
ଚମ୍ପିଆନ ବହଳପଦର ଦଳକୁ ନଗଦ ୧୮ ହଜାର ଟଙ୍କା ସହିତ କବିନ ସ୍ମାରକୀ ଟ୍ରଫି ଏବଂ ରନର୍ସ ଅଫ ଡାହାଣିପାଲି ଦଳକୁ ନଗଦ ୧୨ ଟଙ୍କା ସହିତ ତ୍ରିଲୋଚନ ସ୍ମାରକୀ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ମ୍ୟାଚ୍ ଗୁଡ଼ିକରେ ସୁରେଶ ବିଶି, ଶ୍ରୀବନ୍ତ ନାଏକ ଓ ରଘୁବିର ମିଶ୍ର ଅମ୍ପାୟାର, ଗୋପବନ୍ଧୁ ଧଳ, ମାଧବ ନାଏକ ସ୍କୋରର, ଶୁଭେନ୍ଦୁ ସାହୁ, ଅଂଶୁମାନ ପ୍ରଧାନ ଅନ ଲାଇନ୍ ସ୍କୋରର ଏବଂ ମାନସ ନନ୍ଦ, ପ୍ରଦୀପ ଜଗଦଲା, ସୁଶିଲ ପ୍ରଧାନ ଓ ଆଶିଷ ଦେଓ ଧାରା ବିବରଣୀ ପ୍ରଦାନ କରିଥିଲେ ।



