www.samajalive.in
Saturday, December 6, 2025
15.1 C
Bhubaneswar

ଭାରତୀୟ ବଂଶୋଦ୍ଭବ କାଶ୍‌ ପଟେଲଙ୍କୁ ଏଫବିଆଇର ନୂଆ ନିର୍ଦ୍ଦେଶକ ବାଛିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ କାଶ୍‌ ପଟେଲଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ୪୪ ବର୍ଷୀୟ ଟ୍ରମ୍ପ କାଶ୍‌ ପଟେଲଙ୍କୁ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍(ଏଫବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ଚୟନ କରିଛନ୍ତି। ଟ୍ରମ୍ପଙ୍କ ନିକଟତମ ସହଯୋଗୀ କାଶ୍‌ ପଟେଲ ୨୦୧୭ରେ ଗୁଇନ୍ଦାରେ ଗୃହ ସଂସଦୀୟ ଚୟନ କମିଟିର ସଦସ୍ୟ ହୋଇଥିଲେ।

ଶନିବାର ରାତିରେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍‌’ରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘‘ମୁଁ ଗର୍ବର ସହ ଘୋଷଣା କରୁଛି ଯେ କଶ୍ୟପ ‘କାଶ’ ପଟେଲ ଫେଡେରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋର ପରବର୍ତ୍ତୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ। କାଶ୍‌ ଜଣେ ବିଚକ୍ଷଣ ଓକିଲ, ଅନୁସନ୍ଧାନକାରୀ ଏବଂ ‘ଆମେରିକା ଫାର୍ଷ୍ଟ’ ଯୋଦ୍ଧା, ଯିଏ ଦୁର୍ନୀତିର ପର୍ଦ୍ଦାଫାସ କରିବା, ନ୍ୟାୟ ରକ୍ଷା କରିବା ଏବଂ ଆମେରିକାର ଲୋକଙ୍କୁ ସୁରକ୍ଷା ଦେବାରେ ତାଙ୍କ କ୍ୟାରିୟର ଅତିବାହିତ କରିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories