www.samajalive.in
Saturday, December 13, 2025
17.1 C
Bhubaneswar

ଆଉ ଜଣେ ଇସ୍କନ ସାଧୁ ଗିରଫ: ଆଜି ଇସ୍କନ ତରଫରୁ ବିଶ୍ବବ୍ୟାପୀ ପ୍ରାର୍ଥନା ସଭା

ଢାକା: ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟଙ୍କ ଉପରେ ଚାଲିଥିବା ଆକ୍ରମଣ ପ୍ରତିବାଦରେ ଇସ୍କନ ପକ୍ଷରୁ ଆଜି ବିଶ୍ବବ୍ୟାପୀ ପ୍ରାର୍ଥନା ସଭା ଆୟୋଜିତ ହେବ ବୋଲି କୁହାଯାଇଛି। ବାଂଲାଦେଶରେ ବାସ କରୁଥିବା ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ସୁରକ୍ଷା ନିମନ୍ତେ ଏଭଳି ପ୍ରାର୍ଥନା ସଭା ଆୟୋଜିତ ହେଉଥିବା ଜଣାପଡିଛି। ୧୫୦ ରାଷ୍ଟ୍ରରେ ଥିବା ଇସ୍କନ ସଂଗଠନର ଲକ୍ଷାଧିକ ଭକ୍ତ ଆଜି ଏଥିରେ ସାମିଲ ହେବାର ସମ୍ଭାବନା ରହିଛି। ନିକଟରେ ବାଂଲାଦେଶର ଅନ୍ତରୀଣ ସରକାର ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରିଥିବାବେଳେ ତାଙ୍କ ସମେତ ୧୯ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଏହାର ପ୍ରତିବାଦରେ ବାଂଲାଦେଶର ବିଭିନ୍ନ ସ୍ଥାନରେ ସହସ୍ରାଧିକ ଇସ୍କନ ଭକ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ସେମାନଙ୍କ ଉପରେ ଲାଠିଚାଳନା କରାଯାଇଛି ଏବଂ ୨୦ରୁ ଅଧିକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି। ଇସ୍କନକୁ ବେଆଇନ ଘୋଷଣା ଦାବିରେ ଆଗତ ଏକ ପିଟିସନକୁ ଢାକା ହାଇକୋର୍ଟ ଗତ ଗୁରୁବାର ଖାରଜ କରିଦେଇଛନ୍ତି। ଦୁର୍ବୃତ୍ତମାନେ ଶୁକ୍ରବାର ତିନିଟି ମନ୍ଦିର (ଶାନ୍ତନେଶ୍ବରୀ ମାତୃ ମନ୍ଦିର, ଶନି ମନ୍ଦିର ଏବଂ କାଳୀ ମନ୍ଦିର) ଉପରେ ଆକ୍ରମଣ କରିଥିବାବେଳେ ସ୍ଥିତି ଅଧିକ ଜଟିଳ ହୋଇପଡିଛି। ଇତିମଧ୍ୟରେ ଶ୍ୟାମ ଦାସ ପ୍ରଭୁ ନାମକ ଅନ୍ୟ ଜଣେ ସାଧୁଙ୍କୁ ଶନିବାର ଗିରଫ କରାଯାଇଛି। ଜେଲରେ ଅବସ୍ଥାନ କରୁଥିବା ଚିନ୍ମୟ କୃଷ୍ଣଦାସଙ୍କୁ ଭେଟିବାକୁ ଯାଇଥିବାବେଳେ ଚଟ୍ଟୋଗ୍ରାମ ପୁଲିସ ଶ୍ୟାମ ଦାସଙ୍କୁ ବିନା ୱାରେଣ୍ଟରେ ଗିରଫ କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଚିନ୍ମୟ ଦାସ ପ୍ରଭୁଙ୍କ ସମେତ ଇସ୍କନ ସହ ସଂପୃକ୍ତ ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯାଇଛି। ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ଏହି ଆକାଉଣ୍ଟଗୁଡିକୁ ଅଚଳ କରିବାକୁ ବାଂଲାଦେଶ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ ପକ୍ଷରୁ ସମସ୍ତ ଜାତୀୟକରଣ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି। ଇସ୍କନକୁ ବେଆଇନ ଘୋଷଣା ଦାବି ହାଇକୋର୍ଟରେ ଖାରଜ ହେବା ପରେ ହିନ୍ଦୁ ସଂଗଠନର ସଦସ୍ୟ ଏବଂ ପୁଲିସ ମଧ୍ୟରେ ବିଭିନ୍ନ ସ୍ଥାନରେ ଖଣ୍ଡଯୁଦ୍ଧ ଲାଗିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଅଗଷ୍ଟ ୫ ମାସରେ ନିଜ ପଦରୁ ଇସ୍ତଫା ଦେଇ ଭାରତରେ ଆଶ୍ରୟ ଗ୍ରହଣ କରିଛନ୍ତି। ଏହା ପରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠିତ ହୋଇଥିବାବେଳେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories