www.samajalive.in
Friday, December 12, 2025
19.1 C
Bhubaneswar

ବରିଷ୍ଠ ଆଇନଜୀବୀ ମାନ୍ୟତା ପାଇଲେ ପ୍ରଥମ ଓଡ଼ିଆ ମହିଳା ରାଜଦୀପା ବେହୁରା

ନୂଆଦିଲ୍ଲୀ: ଓଡ଼ିଆ ମହିଳା ଆଇନଜୀବୀ ରାଜଦୀପା ବେହୁରାଙ୍କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦ୍ୱାରା ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଛି। ଏଭଳି ମାନ୍ୟତା ପାଇବାରେ ଆଇନଜୀବୀ ବେହୁରା ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା। ଏଥର ୭୦ ଜଣଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରଦାନ ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସ୍ଥାୟୀ କମିଟି ନିଷ୍ପତ୍ତି ନେଇଛି। ୨୩ ବର୍ଷ ଧରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ, ସର୍ବୋଚ୍ଚ ନ୍ୟାୟାଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସମେତ ଦେଶର ଅନ୍ୟ ଉଚ୍ଚ ନ୍ୟାୟାଳୟରେ ଆଇନଜୀବୀ ରାଜଦୀପା ଓକିଲାତି ଜାରି ରଖିଛନ୍ତି। ଦେୱାନୀ, ଫୌଜଦାରୀ, କମ୍ପାନୀ ଆରବ୍ରିଟ୍ରେସନ, ଫେମା, ଫେରା, ପିଏମଏଲଏ ଏବଂ ପାରିବାରିକ ବିବାଦ ସମ୍ପର୍କିତ ମାମଲା ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି। ସମ୍ପ୍ରତି ସର୍ବୋଚ୍ଚ ନ୍ୟାୟାଳୟରେ ଉତ୍ତରପ୍ରଦେଶ ସରକାରଙ୍କ ପ୍ୟାନେଲ କାଉନସେଲ ଏବଂ ଓଡ଼ିଶା ସରକାରଙ୍କ ସ୍ପେଶାଲ କାଉନସେଲ, ଦିଲ୍ଳୀ ଉଚ୍ଚ ନ୍ୟାୟାଳୟରେ ପ୍ରବର୍ତ୍ତନ ନିର୍ଦେଶାଳୟର ରିଟେନର କାଉନସେଲ, ଜାତୀୟ ମାନବାଧିକାର ଆୟୋଗରେ ଓଡ଼ିଶା ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ ଓ ଏନଜିଟିରେ ଓଡ଼ିଶା ସରକାରଙ୍କ ପ୍ୟାନେଲ କାଉନସେଲ ଭାବେ ଆଇନଜୀବୀ ବେହୁରା କାମ କରୁଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories