ସମ୍ବଲପୁର: ସମ୍ବଲପର ବନଖଣ୍ଡ ଅଧିନସ୍ଥ ଯୁ୍ଯୁୁମୁରା ବ୍ଲକ ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ଦିନ ସମୟରେ ବଣୁଆ ହାତୀ ବୁଲୁଥିବାର ଦେଖାଯାଇଛି। ଶନିବାର ସକାଳ ସମୟରେ ବୁଢ଼ିଆକଟା ଗ୍ରାମରେ ଅଚାନକ ଏକ ବଣୁଆ ହାତୀ ଗ୍ରାମରେ ବୁଲିବା ଆରମ୍ଭ କରିଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ତେବେ ବନ ବିଭାଗର ଦଳ ପହୁଞ୍ôଚବା ପୂର୍ବରୁ ହାତୀଟି ଗ୍ରାମରେ ବୁଲିବା ପରେ ପଳାଇ ଯାଇଥିଲା। ପୂର୍ବରୁ ଏହି ବଣୁଆ ହାତୀ ଉପଦ୍ରବ କରି ଅନେକ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ଫସଲ ମଧ୍ୟ ନଷ୍ଟ କରିଛି। ପୁଣି ଥରେ ବଣୁଆ ହାତୀ ଦେଖାଯିବା ଘଟଣାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଚିନ୍ତା ବଢ଼଼ି ଯାଇଛି। ଏଥି ପାଇଁ ହାତୀ ଉପଦ୍ରବ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ସରକାର ଓ ବନ ବିଭାଗ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।
Popular Categories



