www.samajalive.in
Thursday, December 11, 2025
18.1 C
Bhubaneswar

ଆଠଗଡ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର

ଆଠଗଡ: ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଶନିବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଡଃ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାକୁ ଅଧ୍ୟକ୍ଷ ଡ. ଲୋକନାଥ ସାହୁ ଉଦଘାଟନ କରି ଉଦ୍ଭିଦର ଜୈବ ପ୍ରଯୁକ୍ତି ଓ ରସାୟନ ପ୍ରକ୍ରିୟାର ଗବେଷଣା ଦ୍ବାରା ନୂତନ ପ୍ରଜାତି ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଥିଲେ । ଏହିଭଳି ପାଠଚକ୍ର ନିୟମିତ ଆୟୋଜନ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ଯରେ ଉଚ୍ଚଶିକ୍ଷା ଓ ଗବେଷଣା ନିଶ୍ଚିତ ଆଗ୍ରହ ବଢିବ ବୋଲି ଅଧ୍ୟକ୍ଷ ଡ.ସାହୁ ଆଶାବ୍ୟକ୍ତ କରିଥଲେ।
ଅଧ୍ୟାପିକା ନଳିନୀ ରାଉତରାୟ ଓ ପ୍ରାଣୀବିଜ୍ଞାନ ଡେମୋନଷ୍ଟ୍ରେଟର ରଣଜିତ ସାମନ୍ତରାୟ ପାଠଚକ୍ରର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ପାଠଚକ୍ର ସମ୍ପାଦିକା ସୋନାଲି ସ୍ୱାଇଁ ବିବରଣୀ ପାଠ କରିଥିଲେ। ଏହି ଅବସରରେ +୩ ଶେଷବର୍ଷ ଛାତ୍ରୀ ବିଷ୍ଣୁପ୍ରିୟା ପାଇଲ ‘ଅକ୍ସିନ- ଉଦ୍ଭିଦ ବୃଦ୍ଧି ହରମୋନ’, ଛାତ୍ର ଶୁଭମ୍ କୁମାର ଭକ୍ତା ‘ବିହନ ଶୁଷ୍କତା’ ଏବଂ ଛାତ୍ରୀ ଶୁଭଶ୍ରୀ କର ‘ଜୈବ ବିବିଧତା’ ସମ୍ପର୍କିତ ସନ୍ଦର୍ଭ ଉପସ୍ଥାପନ କରିବା ସହ ବିଷୟବସ୍ତୁ ଉପରେ ବିସ୍ତୃତ ଚର୍ଚ୍ଚା କରିଥିଲେ । ଅଧ୍ୟାପିକା ପ୍ରତିଭା ମହାନ୍ତି ଓ ନଳିନୀ ରାଉତରାୟ ବିଭିନ୍ନ ବିଷୟରେ ଆଲୋଚନାରେ ଅଂଶଗ୍ରହଣ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡେମୋନଷ୍ଟ୍ରେଟର ବିନୟ କୁମାର ଶତପଥୀ ପାଠଚକ୍ର ପରିଚାଳନା କରୁଥିବାବେଳେ ପାଠଚକ୍ର ଯୁଗ୍ମସଂପାଦିକା ପ୍ରାଚୀ ପରିମିତା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories