www.samajalive.in
Saturday, December 13, 2025
18.1 C
Bhubaneswar

ମହାକାଳୀ ସ୍ତୁତି ଯୁଗଳବନ୍ଦୀ ତୁଲିକା ରେଡ଼ି ନୃତ୍ୟ ପରିବେଷଣ

ଭୁବନେଶ୍ୱର : ଉତ୍କଳ ସଂଗୀତ ମହାବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ କଲ୍ୟାଣ ସମିତି ଦ୍ୱାରା ଆୟୋଜିତ ଏଗାର ତମ ବାର୍ଷିକ ମହୋତ୍ସଵ ଉଛ୍ଵାସର ରଙ୍ଗ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିବସ ଉଦଯାପିତ ପ୍ରଥମ ଅଧିବେଶନରେ ମହାକାଳୀ ସ୍ତୁତି ଯୁଗଳବନ୍ଦୀ ତୁଲିକା ରେଡ଼ି ନୃତ୍ୟ ପରିବେଷଣ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଯାହାକୁ ପରିବେଷଣ କରିଥିଲେ ସୁଶ୍ରୀ ପ୍ରଜ୍ଞା ମିଶ୍ର । ପରେ ପରେ ଓଡିଶୀ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ସୁନିତା ରାଣୀ ବିଶ୍ୱାଳ, ସୁଶ୍ରୀ ସୃତି ରେଖା ପତିହାରୀ,ସୁଶ୍ରୀ ନିଳୀମା ପ୍ରଧାନ, ନିର୍ଦେଶନା ଦେଇ ଥିଲେ ଗୁରୁ କେଶବ ଚନ୍ଦ୍ର ରାଉତ । ମର୍ଦଳ ରେ ଗୁରୁ କାଳନ୍ଦୀ ପରିଡା, ବେହେଲା ରେ ଗୁରୁ ରମେଶ ଦାସ ବାଦ୍ୟଯନ୍ତ୍ରରେ ଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ସାଧାରଣ ସଂପାଦିକା ଦୀପିକା ମହାନ୍ତି ଏବଂ ସଭାପତି ଗୁରୁ ଲାଲା ବିରେନ୍ ରାୟ, ଗୁରୁ ନିମାକାନ୍ତ ରାଉତରାୟ, ଓଡିଶୀ ନୃତ୍ୟଗୁରୁ ମିନାକ୍ଷୀ ବେହେରା, ଗୁରୁ ବିଜୟ ନାୟକ, ଗୁରୁ ଅମିତ କୁମାର ଦାସ, ଅନିତା ସିଂଦେଓ, ପ୍ରମୁଖ ଯୋଗଦେଇଥିଲେ।

- Advertisement -

ତୃତୀୟ ଦିବସ ର ସନ୍ଧ୍ୟା ଅଧିବେଶନ ରେ ସୁଶ୍ରୀ ବିଜୟ ଲଷ୍ମୀ ରାଉତରାୟ, ଓ ସୁଶ୍ରୀ ଦୀକ୍ଷା ମହାନ୍ତି, ଓଡିଶୀ ସଙ୍ଗୀତ ରାଗ ଝୀଂଝୋଟି ଓ ରାଗ ରାଗ ମଧ୍ୟ ମଦୀ . ସଙ୍ଗୀତ ପରିବେଷଣ କରିଥିଲେ. ଯୁଗଳ ବନ୍ଦୀ ବଂଶୀ ଓ ବେହେଲା, ରୁଦ୍ରପ୍ରସାଦ ପରିଡା, ଓ ଚନ୍ଦନ ସେଠି, ସିଦ୍ଧାର୍ଥ ଶତପଥୀ. ,ଅଭିଷେକ ପଣ୍ଡା, ସୁଫି ଗଜଲ ବୋଲି ଦର୍ଶକ ଙ୍କୁ ବିମୋହିତ କରିଥିଲେ । ସ୍ମୃତି ର ଆଇନା ରେ ନବକିଶୋର ପୃର୍ବତନ ଛାତ୍ରୀ ମାନେ ଦଳ ଗତ ନୃତ୍ୟ ପରିବେଷଣ କରିଥିଲେ । ମହାବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ ମାନେ ନାଟକ ପରିବେଷଣ କରିଥିଲେ ‘ ଶୁଣ ସୁଜନେ ” ଏହାର ନିର୍ଦେଶନା ଦେଇଥିଲେ।

ଦେବବ୍ରତ ପଟ୍ଟନାୟକ, ଉଦ୍ ଯାପନି ସନ୍ଧ୍ୟା ରେ ମୁଖ୍ୟ ଅତିଥି ଥିଲେ. ଗ୍ରାମ ଉନ୍ନୟନ ମନ୍ତ୍ରୀ ପଞ୍ଚାୟତ ରାଜ ପାନୀୟ ଜଳ ଓଡିଶା ସରକାର ଶ୍ରୀ ରବି ନାରୟଣ ନାୟକ। ସମ୍ମାନୀତ ସଚିବ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଡ଼ ଭାଗ୍ୟଲିପି ମଲ୍ଲ, ମହାବିଦ୍ୟାଳୟ ଅଧ୍ୟକ୍ଷ ଗୁରୁ ଡ଼ ବିଜୟ ଜେନା ଓ.ଏ.ଏସ ପ୍ରଶାସନିକ ଅଧିକାରୀ ଜି.କେ.ସି.ଏମ. ଶ୍ରୀମତୀ ଅନୁଜା ତାରିଣୀ ମିଶ୍ରପ୍ରମୁଖ ଉପସ୍ଥିତ ଥିଲେ । ଶେଷ ରଜନୀରେ ଶ୍ରୀନିବାସ ଘଟୁଆରୀ ଓ ରତ୍ନପଦ୍ମା ଆରସ୍ମିତା ମଞ୍ଚ ପରିଚାଳନା କରିଥିଲେ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories