www.samajalive.in
Saturday, December 13, 2025
21.1 C
Bhubaneswar

ବୈତରଣୀ ନଦୀକୁ ଧସିଲା ୨ଶହ ଫୁଟର ସୁରକ୍ଷାବନ୍ଧ

ଆରଡି:  ଯାଜପୁର ଜଳସେଚନ ବିଭାଗ ଅଧିନରେ ଥିବା ବୈତରଣୀ ନଦୀର ଆରଡି ନିକଟସ୍ଥ ବୋଡକ ଠାରୁ ମୁଆଁ ତିନିତର ନଦୀଘାଟ ପର୍ଯ୍ଯନ୍ତ  ସୁରକ୍ଷାବନ୍ଧର ମୁଆଁ ଗାଁ ନିକଟରେ  ପ୍ରାୟ ୨ଶହ ଫୁଟ ସୁରକ୍ଷାବନ୍ଧ ନଦୀଗର୍ଭରେ ଲିନ୍ନ ହୋଇଯିବାରୁ ଗାଁ ଲୋକଙ୍କ ସହ ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି। ଆଗକୁ ଅମାବାସ୍ୟା ତିଥି ଥବାରୁ ଧାମରା  ସମୁଦ୍ରମୁହାଣରୁ ଆସୁଥିବା ଜୁଆରପାଣିରେ ବୈତରଣୀ ଉଛୁଳିବା ସହିତ କୂଳ ଲଂଘିବାରେ ଳାଗିଛି।  ଫଳରେ   ଗତ ଗୁରୁବାର  ଓ ଶୁକ୍ରବାର   ମୁଆଁ ନିକଟରେ ଥିବା ବୈତରଣୀନଦୀର ସୁରକ୍ଷା ମାଟିବନ୍ଧ ୨ଶହ ଫୁଟ ଲମ୍ବର ନଦୀକୁ ଧସିଯାଇଥିବା ବେଳେ ଯାତାୟତ ରାସ୍ତା ମଧ୍ଯ ନଦୀ ମଧ୍ୟକୁ ଚାଲିଯାଇଛି।
ଫଳରେ ପୂର୍ବରୁ ଥିବା ୨୦\୨୪ଫୁଟ ଓସାର ରାସ୍ତା ଏବେ ୪\୫ଫୁଟରେ ରହିଛି। ଯାହାକୁ ନେଇ ଏବେ ଆତଙ୍କିତ ହୋଇପଡିଛନ୍ତି ମୁଆଁ ଗାଁର ଲୋକଙ୍କ ସହ ଶହଶହ ଚାଷୀ। ବଳକା ନଦୀବନ୍ଧ ରାସ୍ତା ଯଦି ନଦୀରେ ଧୋଇଯାଏ ତାହାଲେ ଶହଶହ ଏକର ଚାଷଜମିରେ ନଦୀପାଣି ମାଡିଯିବା ସହ ୨୦ଖଣ୍ଡ ଗାଁର ଶହଶହ ଚାଷୀ ପ୍ରଭାବିତ ହେବେ ବୋଲି ଚାଷୀମାନେ କହିଛନ୍ତି। ଅନ୍ଯପଟେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ମରାମତି କାର୍ଯ୍ଯ ଅତି ନିମ୍ନ ମାନରେ ହେଉଥିବାରୁ ଏପରି ବାରମ୍ବାର ନଦୀର ସୁରକ୍ଷାବନ୍ଧ ନଦୀକୁ ଧସିଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତୁରନ୍ତ ନଦୀବନ୍ଧର ମରାମତି ସହ ପଥର ପ୍ୟାକିଂ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories