www.samajalive.in
Monday, December 8, 2025
13.1 C
Bhubaneswar

ଖସିଲାଣି ଗଞ୍ଜାମ ଜଳ, ଭଣ୍ଡାରର ଜଳସ୍ତର ଘର ଓ କ୍ଷେତକୁ ମିଳିବନି ପାଣି !

ଭଞ୍ଜନଗର: ଜଳ ଶୂନ୍ୟ ହେବ ଗଂଜାମ ଜିଲା। ଜିଲାର ଏକଦା ଭାତ ହାଣ୍ଡି କୁହାଯାଉଥିବା ଭଞ୍ଜନଗର ରସଲକୋଣ୍ଡା ଘାଇ, ସୋରଡା ଜଳଭଣ୍ଡାର, ବାଘୁଆ, ଡହ, ଓ ଜାନିବିଲି ପ୍ରକଳ୍ପ ଜଳଶୂନ୍ୟ ହେବାରେ ଲାଗିଛି। ନଭେମ୍ବର ପ୍ରଥମ ସପ୍ତାହରୁ ଏପରି ସ୍ଥିତି ବିଭାଗୀୟ କର୍ମଚାରୀଙ୍କୁ ଚିନ୍ତାରେ ପକାଇଛି। ଭଂଜନଗର ଜଳ ଭଣ୍ଡାରରେ ମାତ୍ର ୨୨ ପ୍ରତିଶତ ପାଣି ଥିବା ବେଳେ ସୋରଡା ଜଳ ଭଣ୍ଡାରରେ ମାତ୍ର ୨୩ ପ୍ରତିଶତ ଜଳ ରହିଥିବା ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠୀ କହିଛନ୍ତି। ୨୦୧୭ ତିତ୍‌ଲି ଝଡ଼ ପରଠାରୁ ଗଂଜାମ ଜିଲାରେ ଆପାତତଃ ବର୍ଷା-ବନ୍ୟା ନ ଥିବାରୁ ଏପରି ବିପର୍ଯ୍ୟୟ ପରିସ୍ଥିତି ସୃୃଷ୍ଟି ହୋଇଥିବା ଜଳ ସଂପଦ ବିଭାଗ ତରଫରୁ କୁହାଯାଇଛି।

ତେବେ, ଋଷିକୁଲ୍ୟା ସେଚ ପ୍ରଣାଳୀରେ ଭଂଜନଗର ଜଳ ଭଣ୍ଡାର ସମେତ ବିଭିନ୍ନ ନଦୀ ଓ ସେଚ ପ୍ରକଳ୍ପ ଦ୍ୱାରା ପ୍ରାୟ ଦେଢ ଲକ୍ଷ ଏକର ଜମିକୁ ଜଳସେଚିତ କରିବାର ବ୍ୟବସ୍ଥା ଥିଲା। ମାତ୍ର ଚଳିତ ବର୍ଷ ଚାଷୀ ପାଇଁ ଜଳସଙ୍କଟ ଧାନର ଗର୍ଭାବସ୍ଥା ସମୟରେ ଦେଖାଯାଇଛି। ଭଂଜନଗର ଓ ବ୍ରହ୍ମପୁର ସହରବାସୀଙ୍କ ପାଇଁ ପାନୀୟ ଜଳର ଆବଶ୍ୟକତାକୁ ଆଖି ଆଗରେ ରଖି ଧାନ ଫସଲକୁ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି। ଫଳରେ ଖରିଫ ଚାଷ ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି।

- Advertisement -

ଏହା ଆଗକୁ ମଧ୍ୟ ଜିଲାବାସୀଙ୍କ ଲାଗି ଗୁରୁତର ପାନୀୟ ଜଳ ସଙ୍କଟ ସୃଷ୍ଟି କରିବା ଆଶଙ୍କା ବଢିଛି। ରସଲକୋଣ୍ଡା ଜଳ ଭଣ୍ଡାରରେ ଗଚ୍ଛିତ ଜଳ ଆଉ ୨/୩ ମାସରେ ଶୁଖିଯିବ। ଫଳରେ ମାର୍ଚ୍ଚ ଓ ଏପ୍ରିଲରେ ଜଳ ସଙ୍କଟ ଉଗ୍ରରୂପ ନେଇପାରେ। ଏଭଳି ପରିସ୍ଥିତି ହେଲେ ଭଂଜନଗର ସହରବାସୀଙ୍କୁ ଜଳ ଯୋଗାଣ ଅସମ୍ଭବ ହୋଇପଡିବ ବୋଲି ବିଭାଗ ଆକଳନ କରିଛି। ବ୍ରହ୍ମପୁର ସହରବାସୀଙ୍କ ପାଇଁ ଭଂଜନଗର, ସୋରଡା ଓ ଜାନିବିଲିରୁ ମଧ୍ୟ ଜଳ ଯୋଗାଣ ବନ୍ଦ ହୋଇଯିବ। ଆଗାମୀ ଦିନରେ ବର୍ଷା ନ ହେଲେ ଉଭୟ ସହରବାସୀ କୌଣସି ଜଳ ଭଣ୍ଡାରରୁ ପାଣି ଟୋପେ ପାଇବେ ନାହିଁ। ଏଭଳି ପରିସ୍ଥିତିର ବିକଳ୍ପ ସୁତ୍ର ଏଯାବତ୍‍ ମିଳି ପାରିନାହିଁ।

ଅନ୍ୟପକ୍ଷରେ ବ୍ରହ୍ମପୁର ସହରବାସୀଙ୍କୁ ଜଳ ସଙ୍କଟରୁ ରକ୍ଷା କରବା ପାଇଁ ପିପଳପଙ୍କା ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମାତ୍ର ଅଂଚଳବାସୀଙ୍କ ବିରୋଧ ଯୋଗୁଁ ଏହା ଅଧାବାଟରେ ଅଟକିଛି। ଏଠାରେ ଅଂଚଳବାସୀ ପ୍ରାୟ ୭୦/୮୦ ଏକର ଜମି ନିଜସ୍ୱ ଖତିୟାନର ପଟ୍ଟାଥିବା ବେଳେ ୯୦/୧୦୦ ଏକର ଜମି ସରକାରୀ ଖତିୟାନରେ ରହିଛି। ଜଙ୍ଗଲ ଜମିରେ ଥିବା ପ୍ରାୟ ୧୫ ଶହ ମିଟର ଦୈର୍ଘ୍ୟ ବିଷିଷ୍ଟ ଦୁଇ ପାହାଡକୁ ସଂଯୋଗ କରି ପିପଳପଙ୍କା ଜଳ ଭଣ୍ଡାର ନିର୍ମାଣକୁ ଅଂଚଳବାସୀ ବିରୋଧ କରୁଥିବା ବେଳେ ରୁଷିକୁଲ୍ୟା ବଞ୍ଚାଅ ଅଭିଯାନର ବିରୋଧ ମୁଣ୍ଡବ୍ୟଥାର କାରଣ ଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ,୧୩୫ ବର୍ଷ ତଳେ ବ୍ରିଟିଶ୍‍ ଶାସନ ସମୟରେ ରସଲକୋଣ୍ଡା (ବର୍ତ୍ତମାନର ଭଂଜନଗର) ଅଂଚଳ ଓ ବ୍ରହ୍ମପୁର ଅଂଚଳବାସୀଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଭଂଜନଗର ଜଳ ଭଣ୍ଡାର ନିର୍ମାଣ ହୋଇଥିଲା। ଶତାଧିକ ବର୍ଷଧରି ଏହି ଜଳ ଭଣ୍ଡାରରୁ ବରଂଗ ନାଳ ଓ ଲୋହରାଖଣ୍ଡି ନଦୀରେ ପାଣି ଛଡାଯାଇ ମାଧବରିଡା ଠାରେ ଆନିକଟ ଦେଇ ମହାନଦୀ କେନାଲରେ ଦକ୍ଷିଣପୁର ଘାଇକୁ ପାନୀୟ ଜଳ ଯୋଗଣ ହୋଇ ଆସୁଥିଲା। ଦୀପାବଳି ଅବସରରେ ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଡହ ଜଳ ଭଣ୍ଡାର ଠାରେ ଆୟୋଜିତ ମା’ ଶ୍ୟାମକାଳୀଙ୍କ ପୂଜା ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ଭଂଜନଗର ଜଳ ଭଣ୍ଡାର ଓ ଡହ ଜଳ ଭଣ୍ଡାରର ପୁନରୁଦ୍ଧାର କରାଯିବ ବୋଲି ସୂଚନା ଦେଇଥିଲେ। ଉଭୟ ଜଳ ଭଣ୍ଡାରର ମାଟି ଖନନ କରାଯିବାକୁ ସରକାରଙ୍କୁ ପ୍ରସ୍ତାବ​‌ ଦେବେ ବୋଲି ସେ କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories