ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ କନିଷ୍ଠ ଖଣି ଅଧିକାରୀ
କଟକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହେଲେ କେନ୍ଦୁଝରର ଜୁନିଅର ମାଇନିଂ ଅଫିସର ପଦ୍ମନାଭ ହୋତା । ଚଢାଉବେଳେ ପଦ୍ମନାଭଙ୍କ ୩ଟି ବହୁତଳ ପ୍ରାସାଦ, ଗୋଟିଏ ୪ ମହଲା କୋଠା ସହ ଭୁବନେଶ୍ବରରେ ୫୮୦୦ ବର୍ଗଫୁଟର ବିଲ୍ଡିଂ ଠାବ କରିଛି ଭିଜିଲାନ୍ସ । ଏହା ସହ ୨ଟି ବେନାମୀ ପ୍ଲଟ୍, ୧୪ଟି ପ୍ଲଟ, ଏକ ୫ ଏକରର ଫାର୍ମ ହାଉସ୍, ୭୦ ଲଷ ଟଙ୍କାର ସମ୍ପତ୍ତି, ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଲକ୍ଷ ଟଙ୍କା ନଗଦ ରାଶି ଏବଂ ୩୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ।
Comments are closed.