www.samajalive.in
Saturday, December 6, 2025
14.1 C
Bhubaneswar

ମହାନଦୀ ଅବବାହିକାରେ ନିର୍ମାଣ ହେବ ନୂଆ ଜଳଭଣ୍ଡାର, ବ୍ୟାରେଜ: ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଅବବାହିକାରେ ଏକାଧିକ ଜଳଭଣ୍ଡାର ଏବଂ ବ୍ୟାରେଜ ନିର୍ମାଣ କରାଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖିବା ସମୟରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ନୂଆ ପ୍ରକଳ୍ପ ଲାଗି ସର୍ବେକ୍ଷଣ ଏବଂ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ପ୍ରକଳ୍ପ ପାଇଁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ସହିତ ତଥ୍ୟ ଆଦାନ ପ୍ରଦାନ କରାଯାଉଛି। କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟଯନ୍ତ୍ରୀମାନଙ୍କୁ ନକ୍ସା ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବହୁ ସଂଖ୍ୟକ ବ୍ୟାରେଜ ନିର୍ମାଣ କରିଛି। ଏହା ପରଠାରୁ ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ବର୍ଷର ଅଧିକାଂଶ ସମୟ ଶୁଖିଲା ପଡ଼ୁଛି। ଏପରି କି ଶ୍ରାବଣ ମାସରେ ବି ମହାନଦୀର ଶାଖାନଦୀଗୁଡ଼ିକ ଶୁଖିଲା ରହୁଛି। ତେଣୁ ସରକାର ଓଡ଼ିଶାରେ ମହାନଦୀ ଅବବାହିକାରେ ବ୍ୟାରେଜ ନିର୍ମାଣ ଲାଗି​‌ ଯୋଜନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories