www.samajalive.in
Sunday, December 14, 2025
26.1 C
Bhubaneswar

ବାଲ୍ୟ ବିବାହ ବନ୍ଦ କରିବାକୁ ଗରଡ଼ିହିରେ ଶପଥ ପାଠ

ନୀଳଗିରି: ନୀଳଗିରି ବ୍ଲକ ଅଧୀନ ଗରଡ଼ିହି ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ବସ୍ତି ଏରିଆ ଡେଭଲପ୍‍ମେଣ୍ଟ କାଉନସିଲ(ବିଏଡିସି), ଜଷ୍ଟ ରାଇଟ୍ସ ଫର ଚିଲ୍‍ଡ୍ରେନ(ଜେଆରସି) ଏବଂ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏଡିସି ସମ୍ପାଦକ ଗୋପାଳକୃଷ୍ଣ କର ଅଧ୍ୟକ୍ଷତା କରିଥିଲେ । ସବୁ ବର୍ଗରେ ସଚେତନତା କରାଗଲେ ଅଞ୍ଚଳରୁ ବାଲ୍ୟବିବାହ ପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ମୁଖ୍ୟ ଅତିଥି ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥ କହିଥିଲେ । ସମ୍ମାନିତ ଅତିଥିଭାବେ ଗରଡ଼ିହି ସରପଞ୍ଚ ଶିବାଜୀ ସିଂ, ସମାଜସେବୀ ଶିବ ସେଠୀ, ବାଲ୍ୟବିବାହ ପ୍ରତିରୋଧ ସଂସ୍ଥାର ଜିଲା ସଂଯୋଜିକା ମିନତି ପାତ୍ର, ସାମାଜିକ ଉନ୍ନୟନ ଅଧିକାରିଣୀ ଗିରିବାଳା ସାହୁ, ବରହମପୁର ଥାନା ଏଏସ୍‍ଆଇ ସସ୍ମିତା ପାଣିଗ୍ରାହୀ, ଆଇସିଡିଏସ କାର୍ଯ୍ୟାଳୟର ହେଡ୍‍କ୍ୱାର୍ଟର ସୁପରଭାଇଜର ଶାନ୍ତିପ୍ରିୟା ଜେନା, ସେକ୍ଟର ସୁପରଭାଇଜର ସୁବର୍ଣ୍ଣା ସିଂ ପ୍ରମୁଖ ଯୋଗଦେଇ ବାଲ୍ୟବିବାହ ଘଟିଲେ ବାଳିକାଙ୍କ ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି  ଅବସରରେ ବାଲ୍ୟ ବିବାହ ପ୍ରଥାକୁ ବିରୋଧ କରି ସମୂହ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ପରେ ସ୍କୁଲ ଓ କଲେଜ ବିଦ୍ୟାର୍ଥୀ, ଅଞ୍ଚଳର ମହିଳା, ମହିଳା ଗୋଷ୍ଠୀ, ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ ପ୍ରମୁଖ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଗରଡ଼ିହି ଗାଁ ପରିକ୍ରମା କରିଥିଲେ । ବିଏଡିସି ସଂସ୍ଥାର ରାଜଶ୍ରୀ ବେହେରା, ବନସ୍ମିତା ନାୟକ, ଜୟସ୍ମିତା ବେହେରା, ପ୍ରମିଳା ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories