www.samajalive.in
Friday, December 12, 2025
27.1 C
Bhubaneswar

ଶୁଣିଲାନି ପ୍ରଶାସନ, ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଫୁଲବାଣୀ: କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଆଜି ପର୍ଯ୍ୟନ୍ତ ଉପାନ୍ତ ଅଞ୍ଚଳବାସୀ ଆନକ ସମସ୍ୟା ଦେଇ ଜୀବନ ଅତିବାହିତ କରୁଛନ୍ତି। କେଉଁଠି ରାସ୍ତା ଘାଟ ନାହିଁ ତ କେଉଁଠି ପାନୀୟ ଜଳ, ଆଉ କେଉଁଠି ଶିକ୍ଷା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସରକାରଙ୍କ ସୁବିଧା ଯେମିତି ଲୋକଙ୍କ ପାଖରେ ଅପହଞ୍ଚ। ଏମିତି ଏକ ଗାଁ ହେଉଛି ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତର ୭ ନମ୍ବର ୱାର୍ଡ ପୁରେଇପଦର ଗାଁ। ଏହି ଗାଁରେ କେଉଁ କାଳରୁ ଲୋକେ ବସବାସ କରି ଆସୁଛନ୍ତି। କିନ୍ତୁ ସରକାରଙ୍କ ଦୃଷ୍ଟି ସତେ ଯେମିତି ଆଜି ପର୍ଯ୍ୟନ୍ତ ପଡ଼ି ପାରିନାହିଁ। ଏହି ଗାଁରେ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇ ପାରିନାହିଁ, ଯାହାଦ୍ୱାରା ପୁରେଇପଦର ଗ୍ରାମବାସୀ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁରେ ରାସ୍ତା ନଥିବାରୁ ଯାତାୟତ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏମିତିକି ବ୍ଲକ କାର୍ଯ୍ୟାଳୟ ସହ କନ୍ଧମାଳ ପୂର୍ବତନ ସାଂସଦ ଓ ରାଜନେତାଙ୍କ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ। ଗୋଟାଏ ପଟେ ସମସ୍ତେ କେବଳ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ଯାହାକୁ ନେଇ ମଙ୍ଗଳବାର ସକାଳ ୮ଟାରୁ ପୁରେଇପଦର ଗାଁର ୧୨ ଘରରୁ ଊର୍ଦ୍ଧ୍ବ ପରିବାରର ସମସ୍ତେ ଗ୍ରାମର ମହିଳା, ପୁରୁଷ ମିଶି କୋଡ଼ି କୋଦାଳ ଓ ଟ୍ରାକ୍ଟର ଲଗାଇ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କରିଛନ୍ତି। ଅପରପକ୍ଷେ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ବର୍ଷ ବର୍ଷ ଧରି କାର୍ଯ୍ୟ ହେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାକୁ ନେଇ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ଅବଗତ ନଥିବା ଏବଂ ସମସ୍ୟାର ଅନୁଧ୍ୟାନ କରି ତୁରନ୍ତ ତାର ସମାଧାନ କରାଯିବ ବୋଲି କହିଛନ୍ତି। ସ୍ଥାନୀୟ ଗୋଚ୍ଛାପଡା ସରପଞ୍ଚ ଯୁଗାନ୍ତ କହଁରଙ୍କୁ ପଚାରିବାରୁ ଏମଜିଏନଆରଇଜିଏସରେ ଏହି ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି। ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ନିର୍ମାଣ ହେଉନାହିଁ ଏବଂ କେବେ ରାସ୍ତା ନିର୍ମାଣ ହେବ ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories