ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲାରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ତଦନ୍ତ ପାଇଁ ଜଣେ ଡିଏସପିଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଗଠିତ ହୋଇଛି । କ୍ରାଇମବ୍ରାଞ୍ଚ ହିମାଂଶୁଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନଥାନା ଘେରାଉର ତଦନ୍ତ କରିବ । ସୂଚନାଯୋଗ୍ୟ ହିମାଂଶୁ ନିଜ ଗାଡ଼ିରେ ଡିଡିଏମଙ୍କ ଅଫିସକୁ ବୈଠକ ପାଇଁ ଯାଉଥିବାବେଳେ ଯାଜପୁରର ବୁଢ଼ାପୋଲ ନିକଟରେ ତାଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ହିମାଂଶୁ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁସାରେ, ରାସ୍ତା ବନ୍ଦ ଯୋଗୁ ତାଙ୍କ ଗାଡ଼ି ଅଟକିଥିଲା। ଏହି ସମୟରେ କିଛି ଲୋକ ମାଡ଼ି ଆସି ତାଙ୍କ ଗାଡ଼ିକୁ ରଡ୍‌ ଏବଂ ଠେଙ୍ଗାରେ ପିଟିଥିଲେ କହିଥିଲେ। ଘଟଣା ପ୍ରତିବାଦରେ ବିଜେପି କର୍ମୀମାନେ ଘଟଣାସ୍ଥଳରେ ରାସ୍ତାରୋକ କରିଥିଲେ।

Comments are closed.