www.samajalive.in
Friday, December 12, 2025
15.1 C
Bhubaneswar

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ରଜନୀରଞ୍ଜନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ସଂଳାପକାର ଭାବେ ୨୦୨୦ ମସିହା ନିମନ୍ତେ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିବା ଡ. ରାଜନୀରଞ୍ଜନଙ୍କୁ ଆଜି (ଶନିବାର) ସମ୍ବର୍ଦ୍ଧିତ କରାଯାଇଛି। ଓଡିଶା ମିରର, ମଦର ଓ ସିନ୍ଧୁଜା ପତ୍ରିକା ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ଜଗନ୍ନାଥ ପ୍ରଧାନ, ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଶୋଇ, ବିଶିଷ୍ଟ ସାହିତ୍ୟିକ ତଥା ରଜନୀରଞ୍ଜନଙ୍କ ବାଲ୍ୟବନ୍ଧୁ ଡ. ଅଜୟ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ରାଜନୀରଞ୍ଜନଙ୍କୁ ବଧେଇ ଜଣାଇବାସହ ଆହୁରି ଅଧିକ ଫିଲ୍ମ ପାଇଁ ସଂଳାପ ଲେଖନ୍ତୁ ବୋଲି କାମନା କରିଥିଲେ। ଏହି ଅବସରରେ ରଜନୀରଞ୍ଜନଙ୍କ ପୁରସ୍କାରପ୍ରାପ୍ତ ଫିଲ୍ମ ‘ସହିଦ ରଘୁ ସର୍ଦାର’ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।

ଓଡିଶା ମିରର’ର ସମ୍ପାଦକ ଦିଲ୍ଲୀପ ବିଶ୍ୱାଳଙ୍କ ଅଧକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଡ. ମାଧବ ବେହୁରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ମଦର’ର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଧାଂଶୁ ସାହୁ ଓ ଫିଓନା ଦାସ ସଂଗୀତ ପରିବେଶଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ବିଜୟ ଦାସ, ପକ୍ଷୀଘର ସମ୍ପାଦକ ବନୋଜ ତ୍ରିପାଠୀ, ଚଳଚ୍ଚିତ୍ର ପ୍ରଯୋଜକ ସନ୍ତୋଷ ପଣ୍ଡା ପ୍ରମୁଖ ରଜନୀରଞ୍ଜନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories