www.samajalive.in
Sunday, December 14, 2025
19.1 C
Bhubaneswar

ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା..

ଭୁବନେଶ୍ୱର : ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ରବିବାର ଅର୍ଥାତ୍‌ ନଭେମ୍ବର ୨୪ ତାରିଖରେ ମିଳିବ ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍‌ ପଡିଛନ୍ତି । ବ୍ଲକ୍‌ ସ୍ତରକୁ ରିପୋର୍ଟ ଯାଇଛି, ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ। ୫ ଲକ୍ଷ ମିସ୍‌ ମ୍ୟାଚ୍‌ ଆବେଦନର ସମାଧାନ ହୋଇ ନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ । ଆଧାର, ଆକାଉଣ୍ଟ, ମୋବାଇଲ ନଂ ସଂଯୋଗ ପରେ ସାମିଲ୍‌ ହେବେ । ସମାଧାନ ପରେ ସେମାନଙ୍କୁ ଡିସେମ୍ବର ମାସରେ ଟଙ୍କା ମିଳିବ। ସଚେତନ କରିବାକୁ ସରକାରୀ କର୍ମଚାରୀ ଘରକୁ ଯିବେ।

ସୂଚନାନୁଯାୟୀ, ‘ସୁଭଦ୍ରା’ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନଭେମ୍ବର ୨୧ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ କହିଥିଲେ , ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ। ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୨୪ ତାରିଖ ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଟପିବ। ବାଦ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସମୀକ୍ଷା ହେବ। ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗିଲ ଆକାଉଣ୍ଟ ଦେବାକୁ ଅପିଲ୍‌ କରୁଛି। ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଥିବାରୁ ଟିକେ ସମସ୍ୟା ହେଉଛି। ବଳକା ହିତାଧିକାରୀ ଜାନୁଆରୀ ଓ ଫେବୃଆରୀରେ ଟଙ୍କା ପାଇବେ। ଜାନୁଆରୀ, ଫେବୃଆରୀର ଆବେଦନକାରୀ ଏକାଥରେ ୨ଟି କିସ୍ତି ଟଙ୍କା ପାଇବେ । ଏଯାବତ୍‌ ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ.. 

- Advertisement -

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories