www.samajalive.in
Tuesday, December 9, 2025
17.1 C
Bhubaneswar

୮୦ରୁ ୨୪ ରଖିଲେ ଯୁକ୍ତ ଦୁଇ ପାସ୍‌

ଭୁବନେଶ୍ବର: ୨୦୨୫ରେ ଯୁକ୍ତଦୁଇ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। ଏଣିକି ବାର୍ଷିକ ପରୀକ୍ଷାରେ ଆଉ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ। ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ବାକି ୨୦ ମାର୍କ ଇଣ୍ଟର୍‌ନାଲ୍‌ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରୀ ମାର୍କ ସହ ମିଶ୍ରଣ କରାଯାଇ ଉତ୍ତୀର୍ଣ୍ଣ ବୋଲି ବିବେଚନା କରାଯିବ ନାହିଁ। ପାସ୍ ମାର୍କକୁ ନେଇ ଦ୍ବନ୍ଦ୍ବ ଦେଖାଦେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଏନେଇ ସ୍ପଷ୍ଟ କରିଛନ୍ତି।
ଉଦାହରଣ ସ୍ବରୂପ ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ବିଷୟରେ ମୋଟ ୮୦ ମାର୍କର ପରୀକ୍ଷା ହେବ। ସେଥିରୁ ପରୀକ୍ଷାର୍ଥୀ ୨୪ ମାର୍କ ଅର୍ଥାତ୍‌ ୩୦ଧ ମାର୍କ ରଖିଲେ ହିଁ ଉତ୍ତୀର୍ଣ୍ଣ ହେବେ। ଯଦି ଜଣେ ପରୀକ୍ଷାର୍ଥୀ ଇଣ୍ଟର୍‌ନାଲ୍‌ ପରୀକ୍ଷାରେ ୨୦ରୁ ୧୮ ମାର୍କ ପାଇଥିବେ, ହେଲେ ଥିଓରୀ ପରୀକ୍ଷାରେ ୮୦ରୁ ୨୦ ମାର୍କ ରଖିବେ ତାହେଲେ ତାଙ୍କୁ ଅକୃତକାର୍ଯ୍ୟ ବୋଲି ଘୋଷଣା କରାଯିବ। ତେବେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ୧୦୦ ମାର୍କର ପରୀକ୍ଷା ଦେବେ। ୩୦ ମାର୍କ ରଖିଲେ ସେମାନେ ଉତ୍ତୀର୍ଣ୍ଣ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories