www.samajalive.in
Friday, December 12, 2025
16.1 C
Bhubaneswar

ଅଜଣା ପିକ୍ ଅପ୍ ଧକ୍କାରେ ଅଟୋ ଚୂର୍ ମାର୍, ଡ୍ରାଇଭର ସମେତ ୭ ଗୁରୁତର 

ରେଙ୍ଗାଲିକ୍ୟାମ୍ପ:  ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ୫୩ ନଂ  ଜାତୀୟ ରାଜପଥ ଅତାବିରା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ସମ୍ବଲପୁର ବରଗଡ଼ ୱେ ରେ ବରଗଡ଼ ଅଭି ମୁଖେ ଯାଉଥିବା ଏକ  ଅଟୋ  ନଂ – ଓଡ଼ି ୧୭ଏସ୍ ୧୫୧୬  କୁ ଏକ ଦୃତ ଗାମୀ ପିକଅପ୍ ଧକ୍କା ଦେଇ  ଥିଲା । ଫଳରେ ଅଟୋଟି  ଓଲଟି ପଡ଼ି ଚୁରମାର ହୋଇଯାଇଥିଲା। ଅଟୋ  ଚାଳକ ଅନନ୍ତ ଚୌଧୁରୀ(୩୦)ସମେତ ବସିଥିବା ୭ଜଣ ଆନନ୍ଦ ଚୌଧୁରୀ (୪୦), ଭୋଲା ଚୌଧୁରୀ (୫୦), ମହେନ୍ଦ୍ର ଚୌଧୁରୀ(୫୪), ନାବାଳକ ଦୀପକ (୧୪),ନବକୁମାର ବାରିକ (୩୫), ବଦ୍ରି ଚୌଧୁରୀ(୬୦), ପରମେଶ୍ବର ଚୌଧୁରୀ(୬୪) ଗୁରୁତର ହୋଇଛନ୍ତି।
ଏମାନେ ସମସ୍ତେ ସମ୍ବଲପୁରରୁ ନିଜ ଏକ ସମ୍ପର୍କୀୟଙ୍କ  ଦଶାହ କାର୍ଯ୍ୟ ସାରି ନିଜ ଘର କାଠଡେରା ଓ ସୁକୁଟାପାଲିକୁ ଫେରିବା ବାଟରେ  ଏହି ଦୁର୍ଘଟଣା ଘଟିଥିଲା।  ଲୋକେ ସଙ୍ଗେ ସଙ୍ଗେ ୧୦୮ ଯୋଗେ ସ୍ଥାନୀୟ ଡାକ୍ତରଖାନାକୁ ପଠାଇ ପ୍ରାରମ୍ଭିକ ଚିକିତ୍ସା କରିଥିଲେ। ଡ୍ରାଇଭର ଅନନ୍ତ ସହ ବଦ୍ରି ଓ ପରମେଶ୍ବରଙ୍କ ଅବସ୍ଥା ସଙ୍କଟା ପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।
ଏନେଇ ଅତାବିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ପୂର୍ବକ ଚୂର୍ ମାର୍ ହୋଇଥିବା ଅଟୋ ଏବଂ ପିକଅପ୍ ଜବତ କରିବା ସହ ଗାଡ଼ି ଚାଲକ  ପଙ୍କଜ ଚନ୍ଦ୍ରକାର(୪୦)କୁ ଗିରଫ କରିଥିବା ଜଣା ପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories