www.samajalive.in
Sunday, December 14, 2025
26.1 C
Bhubaneswar

ବିଧାନସଭାର ଶୀତକାଳୀନ ଅଧିବେଶନ ୨୬ରୁ : ବିରୋଧୀଙ୍କ ହାତରେ ଏକାଧିକ ପ୍ରସଙ୍ଗ, ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଜେପି

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ଶାସକ ବିଜେପିକୁ ବିଧାନସଭାରେ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ପାଇଁ ଅନେକ ପ୍ରସଙ୍ଗ ରହିଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଦାରିଙ୍ଗିବାଡି ବ୍ଲକ୍‌ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ୩ ମହିଳାଙ୍କ ମୃତ୍ୟୁ, ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ବନ୍ଦ, ନାରୀ ନିର୍ଯାତନା ବୃଦ୍ଧି, ଚିଟ୍‌ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ, ଗନ୍ଧମାର୍ଦନ ପାହାଡ ପାଦଦେଶରେ ଅଦାନୀ କମ୍ପାନୀର ଜମି କ୍ରୟ ସମେତ ଅନେକ ପ୍ରସଙ୍ଗ ବିରୋଧୀଙ୍କ ପାଖରେ ରହିଛି। ଏଥିସହିତ ଛତିଶଗଡ ସହିତ ଦୀର୍ଘଦିନରୁ ଲାଗି ରହିଥିବା ମହାନଦୀ ଜଳ ବିବାଦ, ଆନ୍ଧ୍ର ସରକାରଙ୍କ ସହ ପୋଲାଭରମ ପ୍ରକଳ୍ପ ଏବଂ କୋଟିଆ ବିବାଦର ସମାଧାନ ନେଇ ସରକାରଙ୍କୁ ବିଜେଡି ଘେରିବା ସମ୍ଭାବନା ରହିଛି। ବିଧାନସଭାରେ ଶାସକ ଦଳ ବିରୋଧୀଙ୍କୁ କିପରି ମୁକାବିଲା କରୁଛି ଓ ଏହିସବୁ ପ୍ରସଙ୍ଗରେ ଶାସକ ବିଜେପି କି ଆଭିମୁଖ୍ୟ ରଖୁଛି, ତାହା ଉପରେ ରାଜନୈତିକ ବିଶେଷଜ୍ଞ ନଜର ରଖିଛନ୍ତି।

ବିଧାନସଭାରେ କଂଗ୍ରେସ ଏକାଧିକ ପ୍ରସଙ୍ଗ ଉତଥାପନ କରିବ ବୋଲି କହିଛନ୍ତି ଦଳର ବିଧାୟିକା ସୋଫିଆ ଫିର୍ଦୋସ। ବାଲିଯାତ୍ରାରେ ଅବ୍ୟବସ୍ଥା, ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରସଙ୍ଗ ସେ ଉଠାଇବା ସହ ଡବଲ ଇଞ୍ଜିନ ସରକାର କଥା କହୁଥିବା ବିଜେପି ସରକାର ସବୁ କ୍ଷେତ୍ର‌ରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବ ସରକାର ଅମଳରେ ଚାଲିଥିବା ଏକାଧିକ ଯୋଜନା କଟକ ସମେତ ରାଜ୍ୟରେ ବାଟବଣା ହୋଇଛି। ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇପଡିଛି। ପୂର୍ତ୍ତ ବିଭାଗ ଏକପ୍ରକାର ଅଚଳ ହୋଇପଡିଛି। କୌଣସି ସର୍କଲରେ ମୁଖ୍ୟ ନିର୍ମାଣଯନ୍ତ୍ରୀ ନାହାନ୍ତି। କେବଳ ଭାଷଣରେ ରାଜ୍ୟର ବିକାଶ ଚାଲିଥିବା ସୋଫିଆ ଅଭିଯୋଗ କରିଛନ୍ତି।

- Advertisement -

ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟପାଳଙ୍କ ପୁଅ ଜଣେ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗ ଉପରେ ୧୫ ଦିନରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଥିବା ଆଇନମନ୍ତ୍ରୀ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା, ମହାନଦୀ ପ୍ରସଙ୍ଗ ଭଳି ଏକାଧିକ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ବିଜେଡି ଉଠାଇବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି। ସ୍ବାଧୀନ ଭାବେ ବିଜୟୀ ହୋଇ ବିଜେପିକୁ ନିଃସର୍ତ୍ତ ସମର୍ଥନ ଜଣାଇଥିବା ମାହାଙ୍ଗା ବିଧାୟକ ସାରଦା ପ୍ରଧାନ କହିଛନ୍ତି, କ୍ଷମତାକୁ ଆସିବାର ୫ମାସ ମଧ୍ୟରେ ରାଜ୍ୟର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବିକାଶରେ ବିରୋଧୀ ଅସହିଷ୍ଣୁ ହୋଇପଡିଛନ୍ତି। କୌଣସି ପ୍ରସଙ୍ଗ ନ ପାଇ ଅସହାୟ ହୋଇପଡିଥିବା ବିରୋଧୀ ଶାସକ ଦଳ ବିରୋଧରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ଦୁର୍ଭାଗ୍ୟଜନକ। ସବୁ ଯୁକ୍ତିସଙ୍ଗତ ପ୍ରସଙ୍ଗରେ ବିରୋଧୀଙ୍କ ଉତ୍ତର ଦେବାକୁ ଶାସକ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୨୬ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ୨୬ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ବିଧାନସଭା ଶୀତ ଅଧିବେଶନ ବେଶ ସରଗରମ ହେବ ବୋଲି ଆଶା କରାଯାଉଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories