www.samajalive.in
Sunday, December 14, 2025
26.1 C
Bhubaneswar

ଭାଲୁକୁହୁଡ଼ିରେ ବ୍ୟାପୁଛି କିଡ୍‌ନୀ ରୋଗ: ବର୍ଷକରେ ମଲେଣି ୮, ଆକ୍ରାନ୍ତ ହେଲେଣି ୩୦ରୁ ଊର୍ଦ୍ଧ୍ବ

ଯାଜପୁର: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଭାଲୁକୁହୁଡ଼ି ଗ୍ରାମରେ ବ୍ୟାପୁଛି କିଡ୍‌ନୀ ରୋଗ। ଆଦିବାସୀ ସାନ୍ତାଳୀ ବର୍ଗର ଲୋକେ କାହିଁକି ଏହି ରୋଗରେ ଅକାଳରେ ଝଡ଼ି ପଡ଼ୁଛନ୍ତି ସେ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ନିରବଦ୍ରଷ୍ଟା ସାଜିଛି। ଗତ ୨୪ ମାସ ମଧ୍ୟରେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ବୁଧବାର ଜଣଙ୍କର ମୃତ୍ୟୁ ହୋଇଛି। ଏଇ ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରେ ପହଞ୍ଚି ୮୯ ଜଣ ଅସୁସ୍ଥ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି।

୩୦ରୁ ଅଧିକ ବ୍ୟକ୍ତି ଏଭଳି ଗମ୍ଭୀର ରୋଗରେ ଶିକାର ହୋଇଥିଲେ ମଧ୍ୟ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ତ୍ୱରିତ ପଦକ୍ଷେପ ନିଆଯାଇ ନାହିଁ। ଲୋକେ ଆର୍ଥିକ ଅନଟନ ମଧ୍ୟରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ଜୀବନ ବଞ୍ଚାଇବାକୁ ଆୟୁର୍ବେଦ ଚିକିତ୍ସାକୁ ଆପଣେଇଛନ୍ତି। ତେବେ ସ୍ବାସ୍ଥ୍ୟ ବିଭାଗର ରକ୍ତ ପରୀକ୍ଷା ପରେ କୌଣସି ପଦକ୍ଷେପ ନନେବା ସମସ୍ତଙ୍କୁ ବିସ୍ମିତ କରିଛି। ଯାଜପୁର ଜିଲାପାଳ ଓ ସ୍ବାସ୍ଥ୍ୟ ବିଭାଗ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜନଜାତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

- Advertisement -

ଏନେଇ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭବାନୀ ଶଙ୍କର ଦାସ ଖଣି କାରଖାନା ପାଇଁ ଦୂଷିତ ଭୂତଳ ଜଳ ପାଇଁ ଏଠାରେ ଏଭଳି ରୋଗ ସଂକ୍ରମଣ ବ୍ୟାପୁଥିବା କହିବା ସହିତ ଆମେ ଗ୍ରାମକୁ ଯାଇ ଲୋକଙ୍କୁ ବାରମ୍ବାର ସଚେତନ କରିଛୁ। ରକ୍ତ ନମୁନା ସଂଗ୍ରହ ପରେ ୨୦ ଜଣ ଆକ୍ରାନ୍ତ ଥିବାବେଳେ ୩୦ ଜଣ ବର୍ଡର ଲାଇନରେ ଥିବା କହିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories