www.samajalive.in
Monday, December 8, 2025
24.1 C
Bhubaneswar

ଶବଦାହ ପୂର୍ବରୁ ଜୁଇରୁ ଉଠିଲେ ଯୁବକ, ମୃତ ଘୋଷଣା କରିଥିଲେ ଡାକ୍ତର

ସମାଜ ଡିଜିଟାଲ ଡେସ୍କ: ଶବ ସତ୍କାର ପାଇଁ ଜୁଇରେ ରଖାଯାଇଥିଲା ମୃତଦେହ। ହେଲେ ମୁଖାଗ୍ନି ଦେବା ସମୟରେ ହଠାତ ଜୁଇରୁ ଉଠିପଡ଼ିଲେ ଯୁବକ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଝୁନଝୁନୁ ଜିଲାରେ। ଡାକ୍ତରଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ରୋହିତାସ କୁମାର ନାମକ ଜଣେ ୨୫ ବର୍ଷୀୟ ଯୁବକ ଦିବ୍ୟାଙ୍ଗ ଆଶ୍ରମରେ ରହୁଥିଲେ। ତାଙ୍କର କୌଣସି ପରିବାର ନାହିଁ। ଗୁରୁବାର କୌଣସି କାରଣରୁ ସେ ଅସୁସ୍ଥ ହେବାରୁ ତାଙ୍କୁ ବିଡିକେ ଡାକ୍ତରଖାନାକୁ ନିଆଯାଇଥିଲା। ଅପରାହ୍ନ ୨ଟାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ତାଙ୍କ ମୃତଦେହକୁ ଶବାଗାରରେ ରଖାଯାଇଥିଲା। ପୁଲିସ ମୃତଦେହର ପଞ୍ଚନାମା କରି ଶବ ସତ୍କାର କେନ୍ଦ୍ରକୁ ପଠାଇ ଦେଇଥିଲା। ସେଠାରେ ଯୁବକଙ୍କ ମୃତଦେହକୁ ଚିତାରେ ରଖାଯିବା ପରେ ମୁଖାଗ୍ନି ସଂଯୋଗ କରାଯାଇଥିଲା। କିନ୍ତୁ ହଠାତ ଯୁବକ ଜଣକ ନିଃଶ୍ଵାସ ପ୍ରଶ୍ଵାସ ନେବା ସହିତ ଜୁଇରୁ ଉଠିପଡ଼ିଥିଲେ। ଫଳରେ ତୁରନ୍ତ ତାଙ୍କୁ ସେଠାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଏବେ ଆଇସିୟୁରେ ରଖି ତାଙ୍କର ଚିକିତ୍ସା କରାଯାଉଛି।

- Advertisement -

ଏହି ଘଟଣାରେ ଜିଲାପାଳ ରାମବତାର ମୀନା ବିଡିକେ ଡାକ୍ତରଖାନାର ୩ ଜଣ ଡାକ୍ତର ଯୋଗେଶ ଜଖାର, ନବନୀତ ମିଲ ଏବଂ ସନ୍ଦୀପ ପଚାରଙ୍କୁ ଗୁରୁବାର ରାତିରେ ନିଲମ୍ବିତ କରିଛନ୍ତି। ସାମାଜିକ ନ୍ୟାୟ ବିଭାଗର ଉପନିର୍ଦେଶକ ପଓ୍ବନ ପୁନିଆ ଏବଂ ରାଜସ୍ଵ ଅଧିକାରୀ ମହେନ୍ଦ୍ର ମୁଣ୍ଡ ଡାକ୍ତରଖାନାରେ ପହଞ୍ଚି ରୋହିତାସଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories