www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି କୁସୁମଖୁଣ୍ଟି ଶିବ ମନ୍ଦିରରୁ ଚୋରି, ସିସିଟିଭି ଓ ମନ୍ଦିର ସୁରକ୍ଷା ଦାବି

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ଥାନା କୁସୁମଖୁଣ୍ଟି ଜାତୀୟ ରାଜପଥ ୨୬କୁ ଲାଗି ରହିଥିବା ବାବା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ପୁଣି ଦାନ ବାକ୍ସ ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ମନ୍ଦିର ମୁଖ୍ୟ ଗେଟ ଗ୍ରୀଲ ଭାଙ୍ଗିବା ସହ ହୁଣ୍ଡି ବାକ୍ସରୁ ଲୁଟ କରାଯାଇଛି। ଗୁରୁବାର ସକାଳୁ ମନ୍ଦିରର ପୂଜକ ଅଶୋକ କୁମାର ଦାସ ମନ୍ଦିରକୁ ପୂଜା କରିବା ପାଇଁ ଯିବା ସମୟରେ ମନ୍ଦିର ମୁଖ୍ୟ କବାଟର ଗ୍ରୀଲ ଭାଙ୍ଗି ପଡିଥିବା ଦେଖି ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କୁ ସୂଚନା ଦେବା ପରେ ଓ ଟ୍ରଷ୍ଟ ପକ୍ଷରୁ ମୋଟେର ଫାଣ୍ଡିକୁ ସୂଚନା ଦେଇଥିଲେ । ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମନ୍ଦିରରେ ଭିତରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ହୁଣ୍ଡିର ତାଲା ଭାଙ୍ଗି ଟଙ୍କା ପଇସା ନେଇ ଯାଇଥିବା ଦେଖିବାକୁ ମିଳିଛି। ତେବେ କେତେ ଟଙ୍କା ଚୋରି ହୋଇଛି, ସଠିକ ଜଣାପଡି ନାହିଁ। ପୂର୍ବରୁ ମଧ୍ୟ ମନ୍ଦିରରୁ ଚୋରି ହୋଇଥିବା ବେଳେ ପୁଲିସ ପ୍ରଶାସନ ତତ୍ପରତା ଦେଖାଇ ଚୋର ଧରିବା ସହିତ ସୁରକ୍ଷା ପାଇଁ ସିସିଟିଭି ଓ ରାତ୍ରି ଜଗୁଆଳି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

୧୦ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର, ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ବଢିବ ଶୀତ..

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories