www.samajalive.in
Monday, December 8, 2025
24.1 C
Bhubaneswar

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ୬ ଅଟକ

ଯାଜପୁର/ଗଡ଼ମଧୁପୁର : ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ପୁଲିସର ଆକ୍ସନ୍। ତଦନ୍ତ ପାଇଁ ୩ଟି ଟିମ୍ ଗଠନ ହୋଇଥିବାବେଳେ ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି। ତେବେ ଏ ନେଇ ପୁଲିସ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସେପଟେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ଯାଜପୁର ଟାଉନ ଥାନା ଆଗରେ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ବୁଧବାର ରାତିରେ ଏଡିଜି ଆଇନଜୀବୀ ଯାଇ ଯାଜପୁରରେ ପହଞ୍ଚିଛନ୍ତି। ଯାଜପୁର ସଦର ଥାନା ଏବଂ ଟାଉନ ଥାନା ଅନ୍ତର୍ଗତ ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ପୁଲିସର କଡା ନଜର ରହିଛି। ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି। ହିମାଂଶୁଙ୍କୁ ଯାଜପୁର ବୁଢାଖଣ୍ଟ ଛକ​‌ରେ ବବି ଦାସଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ନେଇ ବୁଧବାର ଅଭିଯୋଗ ହୋଇଥିଲା। ହିମାଂଶୁ କହିଛନ୍ତି ଗତକାଲି ସେ ଖଣି ଉପନିର୍ଦେଶକଙ୍କ କାର୍ଯ୍ୟାଳୟକୁ ମିଟିଂ ପାଇଁ ଯିବାବେଳେ କିଛି ଲୋକ ରାସ୍ତାରୋକ କରିଥିଲେ ।  ଆକ୍ରମଣକାରୀମାନେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ବିଧାୟକ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଙ୍କୁ ଅବଗତ କରି ନ୍ୟାୟ ପାଇବା ସହିତ ଆକ୍ରମଣ କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories