www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତକୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ  ଅନନ୍ତ ପଟ୍ଟନାୟକକୁ ହତ୍ୟା କରାଯାଇଛି। ଶେରଗଡ଼ ଥାନା ବନ୍ଧାଗୁଡ଼ା ସ୍କୁଲ ନିକଟରେ ଅନନ୍ତକୁ କେହି ଦୁର୍ବୃତ୍ତ ମାରି ଫିଙ୍ଗିଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅନନ୍ତ ବାଇକରେ ଯିବା ବେଳେ ଦୁର୍ବୃତ୍ତ ବୋଲେରୋରେ ପିଛା କରି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ଅନନ୍ତର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତାଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ହତ୍ୟାକାଣ୍ଡ ସମୟରେ ତାଙ୍କର ଦୁଇ ସହଯୋଗୀ ଖସିଯାଇଥିବା ସୂଚନା ମିଳିଛି। ଅନନ୍ତଙ୍କ ନାଁରେ ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ରହିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠଇବା ସହିତ ଘଟଣାର ତଦନ୍ତ ଚଳାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories