www.samajalive.in
Saturday, December 6, 2025
26.1 C
Bhubaneswar

୧୨ ରୋବଟ୍‌କୁ ଅପହରଣ କରିନେଲା ରୋବଟ୍‌

ବେଜିଂ: ଚୀନରେ ରୋବଟ୍‌କୁ ରୋବଟ୍‌ ଅପହରଣ କରିନେବା ଭଳି ବିରଳ ଘଟଣା ଘଟିଛି। ୧୨ଟି ବଡ ଆକାରର ରୋବଟ୍‌କୁ ଅନ୍ୟ ଏକ କମ୍ପାନୀ ତିଆରି ରୋବଟ୍‌ ଅପହରଣ କରିନେଇଛି। ଚୀନର ହାଙ୍ଗଝୌ ସହରରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସମ୍ପନ୍ନ ଏକ ରୋବର୍ଟ ସାଙ୍ଘାଇ ରୋବଟିକ୍ସ କମ୍ପାନୀର ଏକ ଶୋ’ ରୁମ୍‌ରୁ ୧୨ଟି ବଡ ରୋବଟ୍‌କୁ ଅପହରଣ କରିନେଇଛି। ରୋବଟ୍‌କୁ ଅପହରଣ କରିନେବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସିସିଟିଭିରେ ଦେଖାଯାଇଛି ଏଆଇ ସମ୍ପନ୍ନ ରୋବଟ୍‌ ଏରବାଇ ଅନ୍ୟ ରୋବଟ୍‌ ସହିତ କଥାବାର୍ତ୍ତା ହେଉଛି। କଥାବାର୍ତ୍ତା ସମୟରେ ଏରବାଇ ଅନ୍ୟ ରୋବଟ୍‌ଗୁଡିକୁ ସେମାନଙ୍କ କାର‌୍ୟ୍ୟସ୍ଥଳ ଛାଡି ଚାଲିଯିବାକୁ ପ୍ରବର୍ତ୍ତାଉଛି। ଏରବାଇର କଥାରେ ପ୍ରଭାବିତ ହୋଇ ରୋବଟ୍‌ଗୁଡିକ ଶୋ’ ରୁମ୍ ଛାଡି ତା ପଛେପଛେ ଚାଲିଯାଇଥିଲେ। ଏହି ରୋବଟ୍‌ ଅପହରଣ ଘଟଣାକୁ ସାଙ୍ଘାଇ କମ୍ପାନୀ ଓ ହାଙ୍ଗଝୌସ୍ଥିତ ଏରବାଇ ରୋବଟ୍‌ର ନିର୍ମାତା ସ୍ବୀକାର କରିଛନ୍ତି।


 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories