www.samajalive.in
Saturday, December 6, 2025
19.1 C
Bhubaneswar

ବିବାହ ପାଇଁ ଅରାଜି ହେବାରୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା

ଚେନ୍ନଇ: ବିବାହ ପାଇଁ ଅରାଜି ହେବାରୁ ଶିକ୍ଷୟିତ୍ରୀଙ୍କୁ ଛୁରି ଭୁସି ଜଣେ ବ୍ୟକ୍ତି ହତ୍ୟା କରିଛି। ତାମିଲନାଡୁର ମାଲିପଟ୍ଟିନମ୍ ସରକାରୀ ବିଦ୍ୟାଳୟରେ ରମଣୀ ଶିକ୍ଷକତା କରୁଥିଲେ। ତାଙ୍କୁ ବିଦ୍ୟାଳୟ ପରିସରରେ ମଦନ ନାମକ ଜଣେ ବ୍ୟକ୍ତି ଛୁରି ଭୁସି ହତ୍ୟା କରିଛି। ପୁଲିସ ସୂତ୍ରରୁ ମିିଳିଥିବା ସୂଚନାନୁଯାୟୀ ରମଣୀ ଓ ମଦନଙ୍କ ମଧ୍ୟରେ ଦୀର୍ଘବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ତେବେ ସେମାନଙ୍କ ସମ୍ପର୍କକୁ ରମଣୀଙ୍କ ପରିବାର ତରଫରୁ ବିରୋଧ କରାଯାଉଥିଲା। ଅନ୍ୟପକ୍ଷରେ ରମଣୀଙ୍କୁ ବିବାହ ପାଇଁ ମଦନ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ପରିବାର ଚାପରେ ବିବାହ କରିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଉତ୍‌କ୍ଷିପ୍ତ ମଦନ ମଙ୍ଗଳବାର ବିଦ୍ୟାଳୟକୁ ଯାଇ ରମଣୀଙ୍କୁ ଛୁରାମାଡ଼ କରିଥିଲା। ଛୁରାମାଡ଼ରେ ରମଣୀ ଗୁରୁତର ହୋଇପଡ଼ିବାରୁ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଛାତ୍ର ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ରମଣୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମଦନକୁ ଗିରଫ କରିଥିବା ଜଣାପଡ଼ିଛି। ଶିକ୍ଷୟିତ୍ରୀଙ୍କ ମୃତ୍ୟୁକୁ ନେଇ ବିରୋଧୀ ଏଆଇଏଡିଏମ୍‌କେ ନେତା ଇ.ପଲାନୀସ୍ବାମୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ହୋଇପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି। କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଥିବା ସେ ଦର୍ଶାଇଛନ୍ତି। ଏହି ଘଟଣାକୁ​‌ ନେଇ ତାମିଲନାଡୁ ଶିକ୍ଷା ମନ୍ତ୍ରୀ ଆନବିଲ୍‌ ମହେଶ ଶୋକବ୍ୟକ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories