www.samajalive.in
Friday, December 5, 2025
20.1 C
Bhubaneswar

‘ଆଇ ଆମ୍‌ କଲାମ’ ନିର୍ମାତା ଶାନ୍ତନୁ ମିଶ୍ରଙ୍କୁ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ସମ୍ବଲପୁର : ଲୋକପ୍ରିୟ ଚଳଚ୍ଚିତ୍ର ‘ଆଇ ଆମ କଲାମ’ର ନିର୍ମାତା ତଥା ପ୍ରଯୋଜକ ଶାନ୍ତନୁ ମିଶ୍ର ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ ନିଜର ଚଳଚିତ୍ର ପାଇଁ ୩୪ ତମ ଓଡିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ସମାରୋହରେ ଦୁଇଟି ପୁରସ୍କାର ପ୍ରାପ୍ତ କରିଛନ୍ତି। ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଓଡିଶାର ରାଜ୍ୟପାଳ ରଘୁବର ଦାସ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମରେ ଶାନ୍ତନୁଙ୍କ ଦ୍ୱାରା ପ୍ରଯୋଜିତ ‘ମାନାୟୁଁ: ମାଇଁ ୱାଣ୍ଡରଲ୍ୟାଣ୍ଡ’କୁ ବେଷ୍ଟ ଡକ୍ୟୁମେଂଟାରୀ ଚଳଚ୍ଚିତ୍ର ସମ୍ମାନ ମିଳିଥିଲା । ଏହି ଚଳଚ୍ଚିତ୍ର କଳାହାଣ୍ଡି ଜିଲାର ଗ୍ରାମାଞ୍ଚଳର କୁଟିଆ କନ୍ଧ ଜନଜାତିର ଜଣେ ଓଡିଆ ଯୁବକଙ୍କ ବାସ୍ତବ ଜୀବନର ଯାତ୍ରାକୁ ପ୍ରଦର୍ଶିତ କରୁଛି, ଯିଏକି ଜୀବିକା ସନ୍ଧାନରେ ଦକ୍ଷିଣ ଭାରତକୁ ଯାତ୍ରା କରୁଛନ୍ତି । ତାଙ୍କର ସଂଘର୍ଷ ତାଙ୍କୁ ଶିକ୍ଷାର ମହତ୍ୱ ସମ୍ପର୍କରେ ଅନୁଭବ କରାଇଥିଲା ଏବଂ ସେ ଘରକୁ ଫେରି କିଛି ଭଲ କାର୍ଯ୍ୟ କରିବାକୁ ସଙ୍କଳ୍ପ ନେଇଥିଲେ । ସେ ନିଜ ଗାଁକୁ ଫେରି ସ୍ଥାନୀୟ ପିଲା ମାନଙ୍କ ପାଇଁ ଏକ ମାଗଣା ସ୍କୁଲ ଖୋଲିଥିଲେ ଓ ଖରାପ ଆର୍ଥିକ ସ୍ଥିତି ସତ୍ୱେ ଏହାର ପ୍ରଥମ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ମାନାୟୁଁ ଚଳଚ୍ଚିତ୍ର ଅନେକ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ଖୁବ୍‌ ପ୍ରଶଂସା ଅର୍ଜନ କରିଛି ।

ସେହିପରି ଶାନ୍ତନୁ ମିଶ୍ରଙ୍କ ଦ୍ୱାରା ନିର୍ମିତ ଅନ୍ୟ ଏକ ଚଳଚ୍ଚିତ୍ର ‘ଟର୍ଚ୍ଚ’କୁ ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାରରେ ସ୍ପେଶାଲ ଜୁରୀ ଆୱାର୍ଡ ମିଳିଛି। ଏହି ଫିଲ୍ମ ଓଡିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ଏକ ସୁଦୂର ଗ୍ରାମରେ ଜଣେ ଗରିବ କୃଷକଙ୍କ ପୁଅଙ୍କ ଜୀବନ ଉପରେ ଆଧାରିତ ଯିଏକି ତାଙ୍କ ଘରକୁ ଏକ ଷ୍ଟିଲ ଟର୍ଚ୍ଚ ଆସିବା ପରେ ନିଜ ଜୀବନରେ ଟେକ୍ନୋଲୋଜିର ଆଗମନକୁ ନେଇ ଖୁବ୍‌ ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି । ଖରାପ ସ୍ୱାସ୍ଥ୍ୟ ସତ୍ୱେ ଏକ ଟର୍ଚ୍ଚର ଆଗମନ ତାଙ୍କ ଜୀବନରେ ଆଗ୍ରହକୁ ପୁନଃ ଉଜ୍ଜୀବିତ କରିଥାଏ । ସେ ଅଞ୍ଚଳ ପାଇଁ ଏକ ପ୍ରେରଣାରେ ପରିଣତ ହୁଅନ୍ତି । ଏହି ଫିଲ୍ମ ଏକ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଟର୍ଚ୍ଚ ଓ ମାନାୟୁଁ ଚଳଚ୍ଚିତ୍ର ଦକ୍ଷିଣ ଆଫ୍ରିକାର ଡର୍ବାନ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଡିଏନ୍ସ ଆୱାର୍ଡ ପାଇଁ ଭାରତରୁ ଯାଇଥିବା କେବଳ ଦୁଇଟି ନାମାଙ୍କନ ଥିଲା । ଟର୍ଚ୍ଚ ମଧ୍ୟ ଅନେକ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି। ଶାନ୍ତନୁ ମିଶ୍ରଙ୍କ ଏହି ଦୁଇ ଚଳଚ୍ଚିତ୍ରକୁ ଓଡିଶାର ଜଣେ ଯୁବ ନିର୍ଦ୍ଦେଶକ ପ୍ରଣବ କୁମାର ଆଇଚ୍‌ ନିର୍ଦ୍ଦେଶନା ଦେଇଥିଲେ । ଏହି ଦୁଇ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ରର ନାୟକଙ୍କୁ ସେମାନଙ୍କର ବାସ୍ତବ ଜୀବନର ସଂଘର୍ଷ କାହାଣୀ ଜାଣିବା ପରେ ଶାନ୍ତନ୍ତୁଙ୍କ ସ୍ମାଇଲ ଫାଉଣ୍ଡେଶନ ଦ୍ୱାରା ସହଯୋଗ ପ୍ରଦାନ କରାଯାଇଥିଲା । ପରେ ସେମାନଙ୍କର ପ୍ରେରଣାଦାୟକ ଯାତ୍ରାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।

- Advertisement -

ଏହି ସଫଳତା ସମ୍ପର୍କରେ ଶାନ୍ତନୁ ମିଶ୍ର କହିଛନ୍ତି, “ମୁଁ ବିଶ୍ୱାସ କରେ ଯେ, ଚଳଚ୍ଚିତ୍ର ହେଉଛି ବାସ୍ତବତାକୁ ଚିତ୍ରଣ କରିବା ଏବଂ ମୂଲ୍ୟବୋଧକୁ ଅନୁକରଣ କରିବା ପାଇଁ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ଗୋଟିଏ ଭଲ ଚଳଚ୍ଚିତ୍ରର ଯୁବପିଢିଙ୍କ ମଧ୍ୟରେ ବ୍ୟକ୍ତିଗତ, ଭାବନାତ୍ମକ, ସାମାଜିକ, ନୈତିକ ଓ ଅନ୍ୟାନ୍ୟ ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା ଓ ଅନୁଧ୍ୟାନକୁ ତ୍ୱରାନ୍ୱିତ କରିବାର କ୍ଷମତା ରହିଛି, ଯାହା ସେମାନଙ୍କୁ ଜଣେ ଉତମ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱରେ ପରିଣତ ହେବା ପାଇଁ ସକ୍ଷମ କରିବ ।”

 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories