www.samajalive.in
Sunday, December 14, 2025
26.1 C
Bhubaneswar

୨୦ ନଭେମ୍ବରରେ ମହାଲକ୍ଷ୍ମୀ ରାଜଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ । ଏହା ଏକମାତ୍ର ଏପରି ଗ୍ରହ, ଯେ କି ଖୁବ୍‌ ଶୀଘ୍ର ଚଳନ କରି ଥାଆନ୍ତି । ଶୀଘ୍ର ଚଳନ କରୁଥିବାରୁ ଅନ୍ୟ ରାଶିରେ ଥିବା ଗ୍ରହଙ୍କ ସହ ଚନ୍ଦ୍ରମା ଖୁବ୍‌ ଶୀଘ୍ର ଏକାଠି ହୋଇ ଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ଚଳିତ ମାସ ନଭେମ୍ବର ୨୦ ତାରିଖରେ ଚନ୍ଦ୍ରମା କର୍କଟ ରାଶିରେ ପ୍ରବେଶ କରିବେ । ଏହି ରାଣିରେ ପୂର୍ବରୁ ହିଁ ମଙ୍ଗଳ ଗ୍ରହ ରହିଛନ୍ତି । ମଙ୍ଗଳ ଓ ଚନ୍ଦ୍ରମା ଏକାଠି ହେବା ଦ୍ୱାରା ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ଚନ୍ଦ୍ରମା ୨୦ ନଭେମ୍ବରରେ ସକାଳ ୮ଟା ୪୬ରେ କର୍କଟ ରାଶିରେ ପ୍ରବେଶ କରିବେ । ୨୨ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହାଦ୍ୱାରା ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେଉଛି । ଏହି ଯୋଗ ଫଳରେ ମାନ-ସମ୍ମାନ ବୃଦ୍ଧି ସହ ବ୍ୟବସାୟରେ ଅଧିକ ଲାଭ ହୋଇଥାଏ ।

- Advertisement -

ବୃଷ – ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । କର୍ମକ୍ଷେତ୍ର ପାଇଁ ଦୂର ସହରକୁ ଯାତ୍ରା କରିବାର ଯୋଗ ରହିଛି । ଏହାଦ୍ୱାରା ଅନେକ ଲାଭ ମିଳିବ । ଭୂମି, ଯାନ କିଣିବାର ଯୋଗ ରହିଛି । ଧନ ପ୍ରାପ୍ତି ହେବ । ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ ।

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ଟଙ୍କା ନିବେଶ କରି ହଠାତ୍‌ ଲାଭବାନ୍‌ ହେବେ। ବ୍ୟବସାୟରେ ମଧ୍ୟ ଲାଭ ହେବ।

କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ପରିଶ୍ରମ କରି ଅନେକ କ୍ଷେତ୍ରରେ ସଫଳତା ପାଇବେ । ଘରେ ଧନର ଆଗମନ ହେବ । ବ୍ୟବସାୟରେ ଖୁବ୍‌ ଲାଭ ହେବ । ଲକ୍ଷ୍ୟ ହାସଲ କରିବେ । ମନସ୍କାମନା ପୂରଣ ହେବ ।

୩୦ ବର୍ଷ ପରେ ଗଜକେସରୀ ଯୋଗ ; ୨୦୨୫ ଯାଏଁ ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରିରେ ଉନ୍ନତି..

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories